ଦୁଇ ଦିନ ହେଲା ୧୮ ଘଣ୍ଟା ଜେରା ପରେ ଆଜି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ : ନ୍ୟାଶନାଲ ହେରାଲଡ ମନିଲଣ୍ଡରିଂ ମାମଲାରେ ଛନ୍ଦି ହୋଇଥିବା ରାହୁଲ୍ ଗାନ୍ଧୀଙ୍କ ପାଇଁ ଅଡ଼ୁଆ ବଢ଼ି ଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କ୍ରମାଗତ ତୃତୀୟ ଦିନ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ଗତକାଲି ନ୍ୟାସନାଲ ହେରାଲଡ ଦୁର୍ନୀତି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କ୍ରମାଗତ ଦ୍ବିତୀୟ ଦିନ ପାଇଁ ଜେରା କରିଥିଲା। ଏ ପର୍ଯ୍ୟନ୍ତ ରାହୁଲଙ୍କୁ ପ୍ରାୟ ୧୮ ଘଣ୍ଟା ହେଲା […]

ନୂଆଦିଲ୍ଲୀ : ନ୍ୟାଶନାଲ ହେରାଲଡ ମନିଲଣ୍ଡରିଂ ମାମଲାରେ ଛନ୍ଦି ହୋଇଥିବା ରାହୁଲ୍ ଗାନ୍ଧୀଙ୍କ ପାଇଁ ଅଡ଼ୁଆ ବଢ଼ି ଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କ୍ରମାଗତ ତୃତୀୟ ଦିନ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ଗତକାଲି ନ୍ୟାସନାଲ ହେରାଲଡ ଦୁର୍ନୀତି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କ୍ରମାଗତ ଦ୍ବିତୀୟ ଦିନ ପାଇଁ ଜେରା କରିଥିଲା। ଏ ପର୍ଯ୍ୟନ୍ତ ରାହୁଲଙ୍କୁ ପ୍ରାୟ ୧୮ ଘଣ୍ଟା ହେଲା ଜେରା କରାଗଲାଣି। ଇଡିର ପ୍ରଶ୍ନ ବାଣରେ ରାହୁଲ ଘାଇଲା ହୋଇଯାଉଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା। ଏଥିରେ ତାଙ୍କୁ ପ୍ରାୟ ୪୦ଟି ପ୍ରଶ୍ନ ପଚରା ଯାଇଥିଲା। ଏହାକୁ ନେଇ ସେ ଇଡି ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଯେତେ ପ୍ରଶ୍ନ ପଚାରିବାର ଅଛି ଆଜି ପଚାରନ୍ତୁ, ବାରମ୍ବାର ଡାକି କରି ନୁହେଁ ବୋଲି କହିଥିଲେ। ଏଥିରେ କର୍ମୀ ଚିନ୍ତିତ ହେଉଛନ୍ତି। ବାହାର ଦେଖନ୍ତୁ କଣ ଚାଲିଛି। ମଧ୍ୟାହ୍ନ ଭୋଜନ ବିରତିରେ ରାହୁଲ ତୋଗଲକ ରୋଡ ସ୍ଥିନ ନିଜ ବଙ୍ଗଳାକୁ ଯାଇଥିଲେ। ଏହା ପରେ ପୁଣି ଜେରା ଆରମ୍ଭ ହୋଇଥିଲା। ବୁଧବାର ପୁନଃ ଉପସ୍ଥିତ ହେବା ଇଡି ରାହୁଲଙ୍କୁ କହିଛି। ସେ ସୋମବାର ମଧ୍ୟାହ୍ନ ଭୋଜନ ବିରତରିରେ ନିଜ ମାଆ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଗଙ୍ଗାରାମ ହସ୍ପିଟାଲକୁ ଯାଇଥିଲେ। ଗତ କାଲି ତାଙ୍କୁ ପ୍ରାୟ ୯ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ତେବେ ଗତକାଲି ଜେରା ପରେ ରାହୁଲ ଗାନ୍ଧି ବିଳମ୍ବିତ ରାତିରେ ମା’ ସୋନିଆ ଗାନ୍ଧିଙ୍କୁ ହସପିଟାଲରେ ଭେଟିଛନ୍ତି। କୋଭିଡ୍‌ ଜଟିଳତାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସୋନିଆ ଗାନ୍ଧିଙ୍କୁ ଗିତକାଲି ରାତି ୧୧ଟା ୩୦ରେ ରାହୁଲ ଗାନ୍ଧି ଭେଟିଛନ୍ତି। ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ସୋନିଆ ଗାନ୍ଧି ଚିକିତ୍ସିତ ହେଉଥିବା ସାର ଗଙ୍ଗାରାମ ହସପିଟାଲକୁ ଯାଇଥିଲେ। ଦିଲ୍ଲୀରେ ଇଡି ମୁଖ୍ୟାଳୟରେ ରାହୁଲଙ୍କୁ ଜେରା ପରେ ଦୁହେଁ ଭାଇ ଭଉଣୀ ହିସପିଟାଲ ଅଭିମୁଖେ ଯାଇଥିଲେ। ସେଠାରେ ତାଙ୍କ ମାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ବୁଝିଥିଲେ। କୋଭିଡ୍‌ ସହ ଜଡ଼ିତ ରୋଗରେ ପୀଡ଼ିତ ହୋଇ ସୋନିଆ ଗାନ୍ଧି ରବିବାର ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଏହା ପୂର୍ବରୁ ରାହୁଲ ମଙ୍ଗଳବାର କର୍ମୀଙ୍କ ଗହଣରେ ବିକ୍ଷୋଭ ପ୍ରଦର୍ଶନକରି ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଥିଲେ। ରାହୁଲଙ୍କୁ ଛାଡିବା ପରେ ପ୍ରିୟଙ୍କା ସେଠାରୁ ଚାଲିଯାଇଥିଲେ। ହଙ୍ଗାମା ଯୋଗୁଁ ଇଡି କାର୍ଯ୍ୟାଳୟ ବାହାରେ ଧାରା ୧୪୪ ଲାଗୁ କରିଦିଆଯାଇଛି। ରାହୁଲଙ୍କ ସହ ପଦଯାତ୍ରା କରି ଯାଉଥିବା କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲାଙ୍କୁ ପୁଲିସ ଭିଡି ଭିଡି ଭ୍ୟାନରେ ବସାଇଥିଲା। ପଦଯାତ୍ରାରେ ସାମିଲ ଅନ୍ୟ ଲୋକଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଘାତ ଲାଗିଛି ବୋଲି ସୂର୍ଯେୱାଲା ଅଭିଯୋଗ କରିଛନ୍ତି। ପି. ଚିଦମ୍ବରମ ମଧ୍ୟ ଆହତ ହୋଇଛନ୍ତି। କଂଗ୍ରେସ କାର୍ଯ୍ୟାଳୟ ବାହାରେ ଲାଗିଥିବା ବାରିକେଡରେ ଅଟକାଯିବାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦିଲ୍ଲୀ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆପଣ ରୋକିପାରିବେ ନାହିଁ ବୋଲି ସେ କହିଥିଲେ। ଏହା ସତ୍ତ୍ବେ ପୁଲିସ ତାଙ୍କୁ ଯିବାକୁ ଦେଇନଥିଲା। ଏହା ପୂର୍ବରୁ ରାହୁଲ ପ୍ରିୟଙ୍କାଙ୍କ ସହ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଥିଲେ। ଏଠାରେ ଅନେକ ନେତାଙ୍କ ସହ ଆଲୋଚନା କରିଥିଲେ ଏବଂ ରଣନୀତି ପ୍ରସ୍ତୁତ କରି ଇଡି କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ବାରିକେଡରେ ଅଟକା ଯିବାରୁ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ହଙ୍ଗାମା କରିଥିଲେ। ସେ ପୁଲିସ କର୍ମଚାରୀଙ୍କୁ ଧକ୍କା ମାରିବା ସହ ଜୋରରେ ଚିଲାଇ ଗୁଳି କରିବାକୁ କହିଥିଲେ। ପୁଲିସ ତାଙ୍କୁ ଗିରଫ କରି ଭ୍ୟାନରେ ବସାଇଥିଲା। ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ସୂର୍ଯେୱାଲା, ହରିଶ ରାୱତ, କେସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, ଦୀପେନ୍ଦ୍ର ସିଂହ ହୁଡ୍ଡା, ରଞ୍ଜିତ ରଞ୍ଜନଙ୍କ ସମେତ ଅନେକ ନେତାଙ୍କୁ ଗିରଫ କରାଯାଇ ବଦ୍ରପୁର ଥାନା ନିଆଯାଇଛି। ବିଳମ୍ବିତ ରାତିରେ ସେମାନଙ୍କୁ ଛାଡି ଦିଆଯାଇଥିଲା। ବିକ୍ଷୋଭ ପ୍ରଦର୍ଶନକୁ ନେଇ କଂଗ୍ରେସକୁ ବିଜେପି ତାତ୍ସଲ୍ୟ କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଗାନ୍ଧୀ ପରିବାର ନିଜକୁ ଦେଶର ପ୍ରଥମ ପରିବାର ଭାବୁଛି। ରାହୁଲ ନିଜକୁ ରାଜକୁମାର ଭାବୁଛନ୍ତି। ଦେଶରେ କେହି ରାଜା କି ରାଜକୁମାର ନାହାନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ନିଜକୁ ପ୍ରଧାନସେବକ କହୁଛନ୍ତି। ସୋନିଆ-ରାହୁଲ ପ୍ରଥମେ ଦୁର୍ନୀତି କରିଥିଲେ ଆଉ ଏବେ ଡ୍ରାମା କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର