ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣା: ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି । କୋଲକାତା ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ସିବିଆଇକୁ ନ ଦେବା ପାଇଁ ମମତା ଅଦାଲତଙ୍କୁ ଅନୁରୋଧ କରିଥିଲେ । ୭ ଏପ୍ରିଲ ମଧ୍ୟରେ ତଦନ୍ତର ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗ ସରକାର ହିଂସାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଖସାଇବା ପାଇଁ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି । କୋଲକାତା ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ସିବିଆଇକୁ ନ ଦେବା ପାଇଁ ମମତା ଅଦାଲତଙ୍କୁ ଅନୁରୋଧ କରିଥିଲେ । ୭ ଏପ୍ରିଲ ମଧ୍ୟରେ ତଦନ୍ତର ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗ ସରକାର ହିଂସାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଖସାଇବା ପାଇଁ ଉଦ୍ୟମ କରୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଅପରପକ୍ଷରେ ଏହି ଘଟଣା ପଛରେ ବଡ ଧରଣର ଷଡଯନ୍ତ୍ର ରହିଛି ବୋଲି ଟିଏମସି ପକ୍ଷରୁ କୁହାଯାଇଛି ।
ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଜନ୍ତର-ମନ୍ତରରେ ବିଶାଳ ବିକ୍ଷୋଭ, ଅକ୍ଟୋବର ୧୦କୁ ନେଇ ଚେତାବନୀ
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ମହିଳା ଓ ପିଲାଙ୍କ ସମେତ ୮ଜଣଙ୍କୁ ଦଳେ ଉତ୍ତ୍ୟକ୍ତ ଜନତା ପିଟାପିଟି କରି ଜିଅନ୍ତା ପୋଡ଼ି ଦେଇଥିଲେ।
ଆହୁରି ପଢ଼ନ୍ତୁ: ସିଇସିଙ୍କୁ ନିଲମ୍ବିତ କଲେ ନିର୍ବାଚନ କିଏ କରିବ? ଆବେଦନ ଖାରଜ କରି କେନ୍ଦ୍ରକୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ






