ତେହରାନ: ଗତ ୧୩ ତାରିଖରେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଉଭୟ ଇରାନ ଏବଂ ଇସ୍ରାଏଲ ପରସ୍ପର ଉପରକୁ କ୍ଷେପଣାସ୍ତ୍ର ମାଡ଼ କରିବା ସହିତ ଏବେ ଜନବସତି ଅଞ୍ଚଳକୁ ଟାର୍ଗେଟ କରିବା ଆରମ୍ଭ କଲେଣି। ଏଥିରେ ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ବାସଚ୍ୟୁତ ହେଲେଣି। ଯୁଦ୍ଧ ଥମିବାର ନାଁ ଧରୁନଥିବା ବେଳେ ଇରାନ ରାଜଧାନୀ ତେହରାନ ଉପରେ ବଡ଼ ଧରଣର ଆକ୍ରମଣ କରିବା ଲାଗି ଆମେରିକେ େଯାଜନା କରୁଥିବା ନେଇ ଖବର ମିଳିଛି। ତୁରନ୍ତ ତେହରାନ ଖାଲିବା କରିବା ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନବାସୀଙ୍କୁ ପରାମର୍ଶ ଦେବାପରେ ଏଭଳି ଆଭାସ ମିଳିଛି। ଇସ୍ରାଏଲ ମଧ୍ୟ ଧମକ ଦେଇଛି ଯେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନୀଙ୍କୁ ହତ୍ୟା କରାଯିବ।
ଇରାନ-ଇସ୍ରାଏଲ ଯୁଦ୍ଧର ଅବସାନ ପାଇଁ ଆନ୍ତର୍ଜାତିକ ସ୍ତରରେ ସେମିତି ଆଖିଦୃଶିଆ ଉଦ୍ୟମ ହେଉନଥିବା ବେଳେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଆଜି ଧମକ ଦେଇଛନ୍ତି ଯେ ଇରାନ ସହ କଥାବାର୍ତ୍ତା କରିବା ମୁଡ୍ରେ ସେ ନାହାନ୍ତି। ପରମାଣୁ ଅସ୍ତ୍ର ଉପରେ ଚୁକ୍ତି ପାଇଁ ଇରାନକୁ ସୁଯୋଗ ମିଳିଥିଲା, କିନ୍ତୁ ସେହି ସୁଯୋଗକୁ ହରାଇଛି ॥େତହରାନ। ଯଦି ଇରାନ ଆଲୋଚନା କରିବାକୁ ଚାହୁଁଛି, ତାହାହେଲେ ଏହା ଆମ ସହ ସଂପର୍କ କରୁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଲାଗି ସେ ଉଦ୍ୟମ କରୁଥିବା ଖବରକୁ ଖଣ୍ଡନ କରି ଟ୍ରମ୍ପ କହିଛନ୍ତି, ଯୁଦ୍ଧବିରତି ନୁହେଁ, ଶତ୍ରୁତାର ଅନ୍ତ କରିବାକୁ ସେ ଉଦ୍ୟମ କରୁଛନ୍ତି। ତେବେ ଶତ୍ରୁତାର କିପରି ଅନ୍ତ ଘଟିବ ସେସଂପର୍କରେ ସେ କିଛି କହି ନାହାନ୍ତି। କିନ୍ତୁ ତାଙ୍କର ଭାଷା ଏବଂ କଥାବାର୍ତ୍ତା ଶୈଳିରୁ ଜଣାପଡ଼ୁଛି ୌଯ ଇରାନ ଉପରେ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣ କରିପାରନ୍ତି। ଖାମେନୀ ପ୍ରଶାସନକୁ ହଟାଇ ଆମେରିକାକୁ ସୁହାଇଲା ଭଳି ପ୍ରଶାସକଙ୍କୁ କ୍ଷମତାରେ ବସାଇବାକୁ ଭିତିରି ଯୋଜନା ଚାଲିଛି।
କାନାଡାରେ ଚାଲିଥିବା ଜି-୭ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ଟ୍ରମ୍ପ ତାଙ୍କର କାର୍ଯ୍ୟକ୍ରମକୁ ଅଧାରୁ ଛାଡ଼ି ୱାସିଂଟନ ଫେରିଆସିଛନ୍ତି। କୁହାଯାଉଥିଲା ଯେ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ସେ ପଦକ୍ଷେପ ନେବେ। ସେ ସୂଚନା ମଧ୍ୟ ଦେଇଥିଲେ ଯେ ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ପରମାଣୁ କଥାବାର୍ତ୍ତା ଲାଗି ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ତେହରାନ ପଠାଇବେ। କିନ୍ତୁ ଏବେ ଏଭଳି କିଛି ସୂଚନା ମିଳୁନାହିଁ। ଜି-୭ ସମ୍ମିଳନୀରେ ଇରାନ-ଇସ୍ରାଏଲ ଯୁଦ୍ଧ ଉପରେ ଆଲୋଚନା ହୋଇଛି ଏବଂ ଯୁଦ୍ଧବିରତି ସପକ୍ଷରେ ସଭ୍ୟରାଷ୍ଟ୍ର ମତ ପ୍ରକାଶ କରିଛନ୍ତି। କିନ୍ତୁ ସେମାନେ ଇସ୍ରାଏଲକୁ ସମର୍ଥନ ଘୋଷଣା କରିବା ସହିତ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଇରାନ ଅସ୍ଥିରତା ସୃଷ୍ଟି କରୁଛି।
ଯୁଦ୍ଧକ୍ଷେତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଇସ୍ରାଏଲ ଉପରେ ପୁଣି ପ୍ରଚଣ୍ଡ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ। ଆଜି ସନ୍ଧ୍ୟା ବେଳେ ଇସ୍ରାଏଲ ରାଜଧାନୀ ତେଲ ଆଭିଭ ସ॥େମତ ଅନ୍ୟ କେତେକ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ବିସ୍ଫୋରଣ ହୋଇଛି। ଇସ୍ରାଏଲର ପରମାଣୁ କେନ୍ଦ୍ର ଉପରେ ମଧ୍ୟ ଇରାନ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଥିବା କୁହାଯାଉଛି। ଇରାନ ଆକ୍ରମଣରେ ଇସ୍ରାଏଲର ଅନେକ ସହର ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲର ସେନା ମୁଖ୍ୟାଳୟ ସମେତ ଅନେକ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଛି। ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲରେ ୨୪ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଇରାନରେ ମଧ୍ୟ ୨୨୪ ଜଣ ପ୍ରାଣ ହରାଇଥିବା କୁହାଯାଉଛି।
ଇରାନ ଉପରେ ଇସ୍ରାଏଲ ମଧ୍ୟ କ୍ଷେପଣାସ୍ତ୍ର ଓ ବୋମାମାଡ଼ ଜାରି ରଖିଛି। ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଆଜିର ଆକ୍ରମଣରେ ଇରାନର ଯୁଦ୍ଧକାଳୀନ ସେନା ମୁଖ୍ୟ ଜେନେରାଲ ଅଲ୍ୀ ସଦମାନୀ ନିହତ ହୋଇଛନ୍ତି। ସେ ଇରାନର ସର୍ବୋଚ୍ଚ ନେତା ଖାମେନୀଙ୍କ ଘନିଷ୍ଠ ବୋଲି କୁହାଯାଉଛି। ଏହାସହିତ ଇସ୍ରାଏଲ ଆକ୍ରମଣରେ ଇରାନ ସେନାର ଅନେକ ବରିଷ୍ଠ କମାଣ୍ଡର ଏବଂ ଚିଫ୍ ଅଫ୍ ଷ୍ଟାଫ ପ୍ରାଣ ହରାଇଲେଣି। ଜୀବନ ବଞ୍ଚାଇବା ଲାଗି ୍ଖାମେନୀ ବଙ୍କରରେ ଲୁଚିଥିବା କୁହାଯାଉଛି। ଇସାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ॥େଯ ଖାମେନୀ ବଞ୍ଚଥିବା ପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ହେବନାହିଁ। ସଦ୍ଦାମ ହୁସେନ ଭଳି ଖାମେନୀ ଦଶା ଭୋଗିବେ ବୋଲି ସେ ଧମକ ଦେଇଛନ୍ତି।