ଦେଶ ଛାଡି ଯାଇପାରିବେନି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପିଟିଆଇର ୮୦ଜଣ ସଦସ୍ୟ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପତ୍ନୀ ବୁଶ୍ରା ଓ ୮୦ ଦଳୀୟ କର୍ମୀଙ୍କୁ ନୋ ଫ୍ଲାଏ ତାଲିକା ଭୁକ୍ତ କରିଛି ପାକିସ୍ତାନ ସରକାର । ଅର୍ଥାତ ଏମାନେ ନିଜ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ । ସାମରିକ ପ୍ରତିଷ୍ଠାନ ଉପରେ ତାଙ୍କ ସମର୍ଥକଙ୍କ ଆକ୍ରମଣ ପରେ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଆର୍ଟିକିଲ୍ ୨୪୫ ଲଗାଇବା ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି […]

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପତ୍ନୀ ବୁଶ୍ରା ଓ ୮୦ ଦଳୀୟ କର୍ମୀଙ୍କୁ ନୋ ଫ୍ଲାଏ ତାଲିକା ଭୁକ୍ତ କରିଛି ପାକିସ୍ତାନ ସରକାର । ଅର୍ଥାତ ଏମାନେ ନିଜ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ । ସାମରିକ ପ୍ରତିଷ୍ଠାନ ଉପରେ ତାଙ୍କ ସମର୍ଥକଙ୍କ ଆକ୍ରମଣ ପରେ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଆର୍ଟିକିଲ୍ ୨୪୫ ଲଗାଇବା ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଇମ୍ରାନ । ଏଥିସହ ଦେଶରେ ଅଘୋଷିତ ମାର୍ସଲ ଲାଗୁ ହୋଇଥିବା ଇମ୍ରାନ କହିଛନ୍ତି ।

ଅନ୍ୟପଟେ ନିଜ ଦଳ ‘ପିଟିଆଇ’କୁ ନେଇ ବଢୁଛି ଇମ୍ରାନଙ୍କ ସଙ୍କଟ । ପାକିସ୍ତାନ ତେହରିକ-ଇ-ଇନସାଫ ଛାଡୁଛନ୍ତି ନେତା । ଫଓ୍ବାଦ ଚୌଧୁରୀ, ଶିରିନ ମଜାରୀ, ଅସଦ ଉମର, ଅମିନ ଅସଲମଙ୍କ ପରି ନେତା ପିଟିଆଇରୁ ଇସ୍ତଫା ଦେଇଛନ୍ତି ।

ଦଳ ଛାଡ଼ିବା ପରେ ରାଜନୀତିରୁ ବ୍ରେକ୍ ନେଇଥିବା କହିଛନ୍ତି ଇମ୍ରାନଙ୍କ ଘନିଷ୍ଟ ଫଓ୍ବାଦ ଚୌଧୁରୀ । ଇମ୍ରାନଙ୍କ ଗିରଫଦାରୀ ପରେ ମେ ୯ ତାରିଖରେ ପାକିସ୍ତାନରେ ହୋଇଥିବା ହିଂସା ପରେ ପିଟିଆଇ ଛାଡୁଛନ୍ତି ବରିଷ୍ଠ ନେତା । ସେନା ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ଦଳରୁ ଇସ୍ତଫା ଦେଉଥିବା କୁହାଯାଉଛି । ପିଟିଆଇରୁ ନେତାଙ୍କର ଜୋରଜବରଦସ୍ତ ତଲାକ ହେଉଥିବା ଇମ୍ରାନ ଖାନ୍ କହିଛନ୍ତି । ଏପରିକି ପିଟିଆଇକୁ ବ୍ୟାନ କରିବା ପାଇଁ ପାକିସ୍ତାନ ସରକାର ଚିନ୍ତା କରୁଥିବା ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ।

ସୂଚନାଯୋଗ୍ୟ, ମେ ୯ ତାରିଖରେ ପାରାମିଲିଟାରି ରେଞ୍ଜର୍ସଙ୍କ ଦ୍ୱାରା ଇମ୍ରାନ ଖାନ୍‌ ଗିରଫ ହେବା ପରେ ପାକିସ୍ତାନରେ ହିଂସା ସୃଷ୍ଟି ହୋଇଥିଲା। ପୂରା ଦେଶରେ ଜଳାପୋଡ଼ା ହେବା ସହ ଭଙ୍ଗାରୁଜା ହୋଇଥିଲା। ଏଥିରେ ପାକିସ୍ତାନ ଆର୍ମି ଓ ଏହାର ବରିଷ୍ଠ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ପିଟିଆଇ ୱାର୍କର। ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।

About The Author: The Sakala