ସେପ୍ଟେମ୍ବର ୨ରେ ମିଶନ ସୂର୍ଯ୍ୟ, ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-୧

ବେଙ୍ଗାଲୁରୁ: ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ର ଶୁଭାରମ୍ଭ ହେବ ।  ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଟ୍ବିଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨ ତାରିଖ ୧୧ଟା ୫୦ ମିନିଟରେ ଲଞ୍ଚ ହେବ । ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରିବ ଆଦିତ୍ୟ ଏଲ-୧ । […]

ବେଙ୍ଗାଲୁରୁ: ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ର ଶୁଭାରମ୍ଭ ହେବ ।  ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଟ୍ବିଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨ ତାରିଖ ୧୧ଟା ୫୦ ମିନିଟରେ ଲଞ୍ଚ ହେବ । ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରିବ ଆଦିତ୍ୟ ଏଲ-୧ ।

‘ଆଦିତ୍ୟ ଏଲ୍-୧’ ମହାକାଶଯାନକୁ ସୌର କୋରୋନା (ସୂର୍ଯ୍ୟର ବାହ୍ୟ ସ୍ତର) ଏବଂ ଏଲ୍-୧ (ପୃଥିବୀ-ସୂର୍ଯ୍ୟ ଲାଙ୍ଗ୍ରେଜ୍ ପଏଣ୍ଟ)ରେ ସୌର ପବନର ସ୍ଥିତି ନିରୀକ୍ଷଣ ପାଇଁ ଡିଜାଇନ୍ କରାଯାଇଛି । ଲାଙ୍ଗ୍ରେଜ୍ ପଏଣ୍ଟରେ ରହି ସୌର ପ୍ରବାହର ଅନୁଧ୍ୟାନ କରିବ ଆଦିତ୍ୟ ଖ-୧। ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ଏକ ସ୍ଥାନ ଲାଙ୍ଗ୍ରେଜ୍ ପଏଣ୍ଟ, ଯାହା ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି। ଏହି ପଏଣ୍ଟରେ ଉଭୟଙ୍କର ମାଧ୍ୟାକର୍ଷଣ ଶକ୍ତି ପ୍ରାୟ ସମାନ । ଏଥି ସହିତ ଲାଙ୍ଗ୍ରେଜ୍ ପଏଣ୍ଟରେ ଗ୍ରହଣର କୌଣସି ପ୍ରଭାବ ନଥାଏ । ଏହି ସ୍ଥାନରୁ ସୂର୍ଯ୍ୟଙ୍କୁ ବିନା କୌଣସି ବାଧାରେ ଦେଖି ହେବ।

ସୂର୍ଯ୍ୟର ଅଧ୍ୟୟନ ପାଇଁ ଏହା ପ୍ରଥମ ଉତ୍ସର୍ଗୀକୃତ ଭାରତୀୟ ମହାକାଶ ଅଭିଯାନ ହେବ । ଆଦିତ୍ୟ-ଏଲ୍୧ ମିଶନର ଲକ୍ଷ୍ୟ ହେଉଛି ଏଲ୍-୧ ର କକ୍ଷରୁ ସୂର୍ଯ୍ୟର ଅଧ୍ୟୟନ କରିବା । ଆଦିତ୍ୟ ମିଶନ ମହାକାଶଯାନ ସାଙ୍ଗରେ ୭ଟି ପେଲୋଡ୍ ନେଇ ଯିବ ଯାହା ଫଟୋଗ୍ରାଫି, କ୍ରୋମୋସ୍ଫିୟର (ସୂର୍ଯ୍ୟ ଦୃଶ୍ୟମାନ ପୃଷ୍ଠର ଉପର ସ୍ତର) ଏବଂସୂର୍ଯ୍ୟର ସବୁଠୁ ବାହ୍ୟ ସ୍ତର (କୋରୋନା)କୁ ବିଭିନ୍ନ ଓ୍ବେଭ୍ ବ୍ୟାଣ୍ଡରେ ନିରୀକ୍ଷଣ ସହାୟକ ହେବେ।

About The Author: The Sakala