ମ୍ୟାଁମାର ବିଦ୍ରୋହ, ସେନା ଗୁଳିରେ ଗଲାଣି ୫୦୦ ଲୋକଙ୍କ ଜୀବନ

ନ୍ୟାପିତ: ମ୍ୟାଁମାରରେ ସେନାର କ୍ଷମତା ଦଖଲକୁ ବିରୋଧ କରି ଜାରି ରହିଥିବା ବିକ୍ଷୋଭ ପ୍ରଦର୍ଶନରେ ୫୦୦ରୁ ଅଧିକ ଗଣତନ୍ତ୍ର ସପକ୍ଷବାଦୀ ଲୋକଙ୍କ ମୃତ୍ୟୁ ହେଲାଣି ବୋଲି ଏକ ଅନୁଧ୍ୟାନକାରୀ ସଂଗଠନ ପକ୍ଷରୁ କୁହାଯାଇଛି। ଏହାର ରିପୋର୍ଟ ଅନୁଯାୟୀ ସୋମବାର ସୁରକ୍ଷା ବାହିନୀର ଗୁଳିରେ ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ସହିତ ସାରା ଦେଶରେ ମୃତ୍ୟୁ ସଂଖ୍ୟା ୫୧୦ରେ ପହଞ୍ଚିଛି। ସମାଚାର ଏଜେନ୍ସି ରଏଟର୍ସ ଅନୁଯାୟୀ ଏବେ ଲୋକେ ରାସ୍ତାକୁ କାଦୁଅ ଫିଙ୍ଗି ଆଇନ ଅମାନ୍ୟ […]

ନ୍ୟାପିତ: ମ୍ୟାଁମାରରେ ସେନାର କ୍ଷମତା ଦଖଲକୁ ବିରୋଧ କରି ଜାରି ରହିଥିବା ବିକ୍ଷୋଭ ପ୍ରଦର୍ଶନରେ ୫୦୦ରୁ ଅଧିକ ଗଣତନ୍ତ୍ର ସପକ୍ଷବାଦୀ ଲୋକଙ୍କ ମୃତ୍ୟୁ ହେଲାଣି ବୋଲି ଏକ ଅନୁଧ୍ୟାନକାରୀ ସଂଗଠନ ପକ୍ଷରୁ କୁହାଯାଇଛି। ଏହାର ରିପୋର୍ଟ ଅନୁଯାୟୀ ସୋମବାର ସୁରକ୍ଷା ବାହିନୀର ଗୁଳିରେ ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ସହିତ ସାରା ଦେଶରେ ମୃତ୍ୟୁ ସଂଖ୍ୟା ୫୧୦ରେ ପହଞ୍ଚିଛି। ସମାଚାର ଏଜେନ୍ସି ରଏଟର୍ସ ଅନୁଯାୟୀ ଏବେ ଲୋକେ ରାସ୍ତାକୁ କାଦୁଅ ଫିଙ୍ଗି ଆଇନ ଅମାନ୍ୟ ଆନ୍ଦୋଳନ କରୁଛନ୍ତି। ଅପରପକ୍ଷେ ମ୍ୟାଁମାର ସ୍ଥିତି ଅନ୍ତର୍ଜାତୀୟ ସମୁଦାୟକୁ ଚିନ୍ତିତ କରିଛି। ଏହା ପୂର୍ବରୁ ମାର୍ଚ୍ଚ ୨୭ରେ ଗୋଟିଏ ଦିନରେ ୧୧୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ୟୁରୋପୀୟ ସଂଘ ଏହାକୁ ‘ଆତଙ୍କର ଦିନ’ ବୋଲି କହିଥିଲା।

About The Author: The Sakala