ପ୍ରଥମ ଥର ପାଇଁ ଦିଲ୍ଲୀରେ ହେବ କୃତ୍ରିମ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ହେତୁ ପରିସ୍ଥିତି ଆହୁରି ବିଗିଡି ଯାଇଛି। ପ୍ରଦୂଷଣର ମୁକାବିଲା ପାଇଁ କେଜ୍ରିୱାଲ ସରକାର ପ୍ରଥମ ଥର ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା କରିବେ। ଆଇଆଇଟି କାନପୁର ସହାୟତାରେ ଦିଲ୍ଲୀରେ କୃତ୍ରିମ ବର୍ଷା ସୃଷ୍ଟି ହେବ। ସୂଚନା ଅନୁଯାୟୀ, ନଭେମ୍ବର ୨୦ତାରିଖ ଦିନ ଦିଲ୍ଲୀରେ କୃତ୍ରିମ ବର୍ଷା ହୋଇପାରେ। ଆଇଆଇଟି କାନପୁର ସମ୍ପୂର୍ଣ୍ଣ ଯୋଜନା ଦିଲ୍ଲୀ ସରକାରଙ୍କ ନିକଟରେ ଦାଖଲ କରିଛି। ମଙ୍ଗଳବାର ଦିନ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀଙ୍କ ସହ ଆଇଆଇଟି କାନପୁରର […]

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ହେତୁ ପରିସ୍ଥିତି ଆହୁରି ବିଗିଡି ଯାଇଛି। ପ୍ରଦୂଷଣର ମୁକାବିଲା ପାଇଁ କେଜ୍ରିୱାଲ ସରକାର ପ୍ରଥମ ଥର ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା କରିବେ। ଆଇଆଇଟି କାନପୁର ସହାୟତାରେ ଦିଲ୍ଲୀରେ କୃତ୍ରିମ ବର୍ଷା ସୃଷ୍ଟି ହେବ।

ସୂଚନା ଅନୁଯାୟୀ, ନଭେମ୍ବର ୨୦ତାରିଖ ଦିନ ଦିଲ୍ଲୀରେ କୃତ୍ରିମ ବର୍ଷା ହୋଇପାରେ। ଆଇଆଇଟି କାନପୁର ସମ୍ପୂର୍ଣ୍ଣ ଯୋଜନା ଦିଲ୍ଲୀ ସରକାରଙ୍କ ନିକଟରେ ଦାଖଲ କରିଛି। ମଙ୍ଗଳବାର ଦିନ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀଙ୍କ ସହ ଆଇଆଇଟି କାନପୁରର ଏକ ବଡ ବୈଠକ ହୋଇଥିଲା। ଦିଲ୍ଲୀ ସରକାର ଶୁକ୍ରବାର ଦିନ ଏ ନେଇ ସୁପ୍ରିମକୋର୍ଟଙ୍କୁ ସୂଚନା ଦେବେ। କୃତ୍ରିମ ବର୍ଷା କରିବାରେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିବାକୁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ।

About The Author: The Sakala