ଟିଏମସି ସରକାରଙ୍କ ବିରୋଧରେ ବିଜେପିର ଅସମ୍ମାନଜନକ ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ: ‘ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଶତ୍ରୁ ନୁହନ୍ତି’

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଟିଏମସି ସରକାରଙ୍କ ବିରୋଧରେ ବିଜେପି ଜାରି କରିଥିବା ବିଜ୍ଞାପନ ମାମଲାରେ କୋଲକାତା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିବା ସହିତ ଏହି ପ୍ରସଙ୍ଗରେ ମୁଣ୍ଡ ଖେଳାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହାବ୍ୟତୀତ ଏହି ମାମଲାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ବିଜେପି ପ୍ରତି କଡ଼ା ଟିପ୍ପଣୀ ରଖି ରାଜନୈତିକ ପ୍ରତିଦ୍ବନ୍ଦ୍ବୀ କାହାର ଶତ୍ରୁ ନୁହେଁ ବୋଲି ବିଜେପି ଉଦ୍ଦେଶ୍ୟରେ କହିଛନ୍ତି। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଜେପି ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏର […]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଟିଏମସି ସରକାରଙ୍କ ବିରୋଧରେ ବିଜେପି ଜାରି କରିଥିବା ବିଜ୍ଞାପନ ମାମଲାରେ କୋଲକାତା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିବା ସହିତ ଏହି ପ୍ରସଙ୍ଗରେ ମୁଣ୍ଡ ଖେଳାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହାବ୍ୟତୀତ ଏହି ମାମଲାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ବିଜେପି ପ୍ରତି କଡ଼ା ଟିପ୍ପଣୀ ରଖି ରାଜନୈତିକ ପ୍ରତିଦ୍ବନ୍ଦ୍ବୀ କାହାର ଶତ୍ରୁ ନୁହେଁ ବୋଲି ବିଜେପି ଉଦ୍ଦେଶ୍ୟରେ କହିଛନ୍ତି। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଜେପି ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା ବେଳେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେବା ସହିତ ଏହା ଉପରେ ଶୁଣାଣି କରିବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହା ସହିତ ବିଜେପିର ବିଜ୍ଞାପନକୁ ସର୍ବୋଚ୍ଚ ନ୍ୟାୟାଳୟ ଭୁଲ୍ ବୋଲି ଦର୍ଶାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ନିର୍ବାଚନ ବେଳେ ମତଦାନ ପୂର୍ବଦିନ ବିଜେପି ପକ୍ଷରୁ ଟିଏମସି ସରକାରଙ୍କ ବିରୋଧରେ ଏକ ବିଜ୍ଞାପନ ଜାରି କରାଯାଇଥିଲା ବେଳେ ଏହାକୁ ବିରୋଧ କରି ଟିଏମସି ବିଜେପି ବିରୋଧରେ ହାଇକୋର୍ଟରେ ପିଟିସନ ଦାଏର କରିଥିଲା। ହାଇକୋର୍ଟ ଏହାର ବିଚାର କରି ତୁରନ୍ତ ଏଭଳି ବିଜ୍ଞାପନ ବନ୍ଦ କରିବାକୁ ବିଜେପିକୁ କହିଥିଲେ। ହେଲେ ବିଜେପି ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ଜଷ୍ଟିସ ଜେ.କେ ମହେଶ୍ୱରୀ ଏବଂ କେ.ଭି ବିଶ୍ୱନାଥନଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲା ବେଳେ ହାଇକୋର୍ଟଙ୍କ ରାୟ ଉପରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ। ବିଜେପିର ଏଭଳି ବିଜ୍ଞାପନ ଭୋଟରଙ୍କ ସ୍ୱାର୍ଥରେ ନୁହେଁ ଏବଂ ଏହା ବ୍ୟକ୍ତିଗତ ଭାବେ ବିରୋଧୀ ଦଳ ନେତାଙ୍କ ପ୍ରତି ଉଦ୍ଦିଷ୍ଟ ବୋଲି ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ। ଏହିକ୍ରମରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ଶତ୍ରୁ ନୁହନ୍ତି ବୋଲି ଖଣ୍ଡପୀଠ କହିଥିଲେ।

About The Author: The Sakala