ଚେନ୍ନାଇ: ତାମିଲନାଡୁ ପେରିୟାକୁପ୍ପମରେ ଅଭାବନୀୟ ଘଟଣା ଘଟିଛି। ବାପା ପାଠ ପଢ଼ିବାକୁ କହିବାରୁ ୯ ବର୍ଷର ଝିଅ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଛି।
ସୂଚନା ଅନୁଯାୟୀ, ୯ ବର୍ଷର ପ୍ରତୀକ୍ଷା ଇନଷ୍ଟାଗ୍ରାମରେ ବେଶ ଆକ୍ଟିଭ ରୁହନ୍ତି। ସାଙ୍ଗ ଓ ପଡୋଶୀ ତାଙ୍କୁ ଇନଷ୍ଟା କ୍ବିନ୍ ଭାବେ ଜାଣନ୍ତି । ରିଲ୍ସ ବନାଇ ପ୍ରତୀକ୍ଷା ଚର୍ଚ୍ଚାରେ ରହୁଥିବା ବେଳେ ବାପା ତାଙ୍କୁ ପାଠ ପଢ଼ିବାକୁ କହିଥିଲେ । ପଢ଼ିବାକୁ କହିବାରୁ ପ୍ରତୀକ୍ଷା ଘରେ କବାଟ ଦେଇ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲା । ବଜାରରୁ ଫେରିବା ପରେ ଝିଅ ଘର ଭିତରେ ଝୁଲୁଥିବା ଦେଖିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ପ୍ରତୀକ୍ଷାର ମୃତ୍ୟୁ ହୋଇଛି ।