୯ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ; ୬ଜଣଙ୍କୁ ନୂଆ ନିଯୁକ୍ତି, ୩ଜଣଙ୍କ ବଦଳି

ନୂଆଦିଲ୍ଲୀ: ୯ ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ରାଜ୍ୟ‌ରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିସହ ୩ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି। ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଉ କିଶନରାଓ ବାଗ୍‌ଡେଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜିଷ୍ଣୁଦେବ ବର୍ମାଙ୍କୁ ତେଲଙ୍ଗାନା, ଓମ୍‌ପ୍ରକାଶ ମାଥୁରଙ୍କୁ ସିକ୍କିମ୍‌, ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡ, ରମେଣ ଡେକାଙ୍କୁ ଛତିଶଗଡ଼ ଓ ସି.ଏଚ୍‌ ବିଜୟଶଙ୍କରଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ତେଲଙ୍ଗାନା ରାଜ୍ୟପାଳ ଭାବେ […]

ନୂଆଦିଲ୍ଲୀ: ୯ ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ରାଜ୍ୟ‌ରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିସହ ୩ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି। ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଉ କିଶନରାଓ ବାଗ୍‌ଡେଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜିଷ୍ଣୁଦେବ ବର୍ମାଙ୍କୁ ତେଲଙ୍ଗାନା, ଓମ୍‌ପ୍ରକାଶ ମାଥୁରଙ୍କୁ ସିକ୍କିମ୍‌, ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡ, ରମେଣ ଡେକାଙ୍କୁ ଛତିଶଗଡ଼ ଓ ସି.ଏଚ୍‌ ବିଜୟଶଙ୍କରଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଅନ୍ୟପକ୍ଷରେ ତେଲଙ୍ଗାନା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ଝାଡ଼ଖଣ୍ଡ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସିକ୍କିମ୍‌ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେ ମଧ୍ୟ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ଆସାମ ରାଜ୍ୟପାଳ ଗୁଲାବ ଚନ୍ଦ୍ର କାଟାରିଆଙ୍କୁ ପଞ୍ଜାବ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ଏଥିସହିତ ସେ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଦାୟିତ୍ବ‌ ତୁଲାଇବେ। ପୂର୍ବରୁ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡୀଗଡ଼ ପ୍ରଶାସକ ଥିବା ବନୱରିଲାଲ ପୁରୋହିତଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି।

ସେହିପରି ପୂର୍ବତନ ଆଇଏଏସ୍ ଅଫିସର କେ କୈଳାଶନାଥଙ୍କୁ ପୁଡୁଚେରିର ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମୁଖ୍ୟ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରୁଥିଲେ।

About The Author: The Sakala