ସିଲିଣ୍ଡର ଫାଟି ଭୁଶୁଡିଲା ୨ ମହଲା କୋଠା; ୭ ମୃତ ଓ ୭ ଆହତ

ଉତ୍ତରପ୍ରଦେ: ଉତ୍ତରପ୍ରଦେଶ ଗୋଣ୍ଡାରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣ ଘଟି ଦୁଇ ମହଲା ବିଶିଷ୍ଟ କୋଠା ଭୁଶୁଡି ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ପୁରୁଷ, ୨ ମହିଳା ଓ ୩ଜଣ ଶିଶୁ ରହିଛନ୍ତି। ଘଟଣାରେ ପ୍ରାୟ ୧୪ ଜଣ ମାଟି ତଳେ ଫସିରହିଥିଲେ । ତେବେ ସେମାନଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି। ଭଙ୍ଗା କୋଠା ତଳେ ଆହୁରି ବି କିଛି ଜଣ ଫସିରହିଥିବା ସନ୍ଦେହ […]

ଉତ୍ତରପ୍ରଦେ: ଉତ୍ତରପ୍ରଦେଶ ଗୋଣ୍ଡାରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣ ଘଟି ଦୁଇ ମହଲା ବିଶିଷ୍ଟ କୋଠା ଭୁଶୁଡି ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ପୁରୁଷ, ୨ ମହିଳା ଓ ୩ଜଣ ଶିଶୁ ରହିଛନ୍ତି। ଘଟଣାରେ ପ୍ରାୟ ୧୪ ଜଣ ମାଟି ତଳେ ଫସିରହିଥିଲେ । ତେବେ ସେମାନଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି। ଭଙ୍ଗା କୋଠା ତଳେ ଆହୁରି ବି କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ଯ ଜାରି ରଖିଛି।


ସୂଚନା ଅନୁଯାୟୀ, ୱାଜିରଗଞ୍ଜ ପୁଲିସ ଷ୍ଟେସନ ଅଧୀନରେ ଥିବା ଟିକ୍ରିପୁର ଗାଁରେ ଘଟିଛି ଏହି ଅଘଟଣ। ଯେଉଁଠାରେ ଏକ ଘରେ ହଠାତ୍ ବିସ୍ଫୋରଣ ହୋଇଥିଲା । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି । ସର୍ଚ୍ଚ ଅପରେସନ ଜାରି ରଖିଛି ପୁଲିସ। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ଦେଇଛି ପୁଲିସ୍। ତେବେ ପ୍ରାଥମିକ ତଦନ୍ତରୁ ଏହା ସିଲିଣ୍ଡର ବିସ୍ଫୋରଣ ବୋଲି ପୁଲିସ ଅନୁମାନ କରୁଛି।

About The Author: The Sakala