ମହାରାଷ୍ଟ୍ରରେ ନିର୍ମାଣାଧୀନ ମନ୍ଦିର ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ

ମହାରାଷ୍ଟ୍ର: ନିର୍ମାଣାଧୀନ ମନ୍ଦିରର ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ । ମହାରାଷ୍ଟ୍ରର ପରଭାନୀ ଜିଲ୍ଲା ଅନ୍ତର୍ଗତ ମାନବତ ତାଲୁକାର ୟଶୱାଡିରେ ଥିବା ଏକ ମନ୍ଦିରରେ ଏପରି ବଡ଼ ଧରଣର ଅଘଟଣ ଘଟିଛି। ଶନିବାର ଅପରାହ୍ନରେ ଏକ ନିର୍ମାଣାଧୀନ ମନ୍ଦିରର ଛାତ ଭୁଶୁଡ଼ିପଡ଼ିବାରୁ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ୩୦ରୁ ୪୦ ଜଣ ଶ୍ରଦ୍ଧାଳୁ ଚାପିହୋଇଥିବା ଆଶଙ୍କା କରାଯାଉଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି । ଯୁଦ୍ଧକାଳୀନ ସ୍ତରରେ ଉଦ୍ଧାରକାର୍ଯ୍ୟ କରାଯାଉଛି । ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି । ଆହତଙ୍କୁ ହସପିଟାଲରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । 

About The Author: Madhusudan Das