ଯୁବକଙ୍କ ପାକସ୍ଥଳୀରୁ ବାହାରିଲା ୬୩ ଚାମୁଚ

ମିରଠ : ଉତ୍ତରପ୍ରଦେଶ ମୁଜାଫରନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାକାର ଜଣେ ବ୍ୟକ୍ତିଙ୍କ ପାକସ୍ଥଳୀରୁ ୬୩ଟି ଚାମୁଚ ବାହାରିଛି। ପାକସ୍ଥଳୀରେ ଅସହ୍ୟ ପୀଡା ଅନୁଭବ ହେବାରୁ ୩୨ ବର୍ଷୀୟ ବିଜୟକୁମାର ପରୀକ୍ଷା ପାଇଁ ଏକ ଘରୋଇ ମେଡିକାଲକୁ ଯାଇଥିଲେ। ସେଠାରେ ପାକସ୍ଥଳୀରେ ଅନେକ ଚାମୁଚ ଥିବା ଜଣାପଡିଥିଲା। ପରେ ବୁଧବାର ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହା ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଏବେ ବି ସେ ଆଇସିୟୁରେ ଚେତାଶୂନ୍ୟ ଅଛନ୍ତି। ବିଜୟଙ୍କ ସମ୍ପର୍କୀୟଙ୍କ ଅନୁଯାୟୀ […]

ମିରଠ : ଉତ୍ତରପ୍ରଦେଶ ମୁଜାଫରନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାକାର ଜଣେ ବ୍ୟକ୍ତିଙ୍କ ପାକସ୍ଥଳୀରୁ ୬୩ଟି ଚାମୁଚ ବାହାରିଛି। ପାକସ୍ଥଳୀରେ ଅସହ୍ୟ ପୀଡା ଅନୁଭବ ହେବାରୁ ୩୨ ବର୍ଷୀୟ ବିଜୟକୁମାର ପରୀକ୍ଷା ପାଇଁ ଏକ ଘରୋଇ ମେଡିକାଲକୁ ଯାଇଥିଲେ। ସେଠାରେ ପାକସ୍ଥଳୀରେ ଅନେକ ଚାମୁଚ ଥିବା ଜଣାପଡିଥିଲା। ପରେ ବୁଧବାର ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହା ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଏବେ ବି ସେ ଆଇସିୟୁରେ ଚେତାଶୂନ୍ୟ ଅଛନ୍ତି। ବିଜୟଙ୍କ ସମ୍ପର୍କୀୟଙ୍କ ଅନୁଯାୟୀ ବର୍ଷେ ତଳେ ଏକ ନିଶାମୁକ୍ତି କେନ୍ଦ୍ରରେ ତାଙ୍କୁ ଚାମୁଚ ଖାଇବାକୁ ବାଧ୍ୟ କରାଯାଇଥିଲା। ତେବେ ଚାମୁଚ ଖାଇବା ପୂର୍ବରୁ ତାହାର ଅଗ କାଟି ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ପୁଲିସ ଅଭିଯୋଗ ହୋଇନାହିଁ।

About The Author: The Sakala