ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରେକର୍ଡ କରାଯାଇଛି । ଜାପାନର ଇଜୁ ଚେନ୍ ଦ୍ବୀପରେ ଏହି ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରିଛି ଜାପାନ ପାଣିପାଗ ବିଭାଗ । ଇଜୁ ଚେନ୍ ଦ୍ୱୀପରେ ୧ ମିଟର ଉଚ୍ଚ ଜୁଆର ଆସିପାରେ ବୋଲି ଆଶଙ୍କା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉପକୂଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଜାପାନର ଲୋକାଲ ସମୟ ସକାଳ ୧୧ଟାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଭୂମିକମ୍ପର କେନ୍ଦ୍ରସ୍ଥଳି ରହିଛି ।
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ; ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରେକର୍ଡ, ସୁନାମୀ ଚେତାବନୀ
ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରେକର୍ଡ କରାଯାଇଛି । ଜାପାନର ଇଜୁ ଚେନ୍ ଦ୍ବୀପରେ ଏହି ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରିଛି ଜାପାନ ପାଣିପାଗ ବିଭାଗ । ଇଜୁ ଚେନ୍ ଦ୍ୱୀପରେ ୧ ମିଟର ଉଚ୍ଚ ଜୁଆର ଆସିପାରେ ବୋଲି ଆଶଙ୍କା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉପକୂଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି […]