ଜାପାନ: ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରେକର୍ଡ । ଜାପାନର ଉତ୍ତର-ପଶ୍ଚିମ ତଟବର୍ତ୍ତୀ ଇସିକାଓ୍ବା ଅଞ୍ଚଳରେ ଝଟକା ଲାଗିଛି । ଭୂକମ୍ପ ପରେ ସେଠାରେ ସୁନାମୀ ଚେତାବନୀ ଜାରି କରାଯାଇଥିଲା । ତେବେ ଭୂକମ୍ପ ପରେ ସମୁଦ୍ରରେ ୧ ମିଟର ଉଚ୍ଚତାର ଜୁଆର ଉଠିଥିବା ଜଣାପଡିଛି । ଆଗକୁ ଉତ୍ତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ ବୋଲି ଆଶଙ୍କା କରିଛି ଜାପାନ ପାଣିପାଗ ବିଭାଗ । ଲୋକଙ୍କୁ ସତର୍କ କରାଇବା ସହ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲ୍ଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି ।
ଆଜି ସକାଳୁ ସକାଳୁ ରିକ୍ଟର ସ୍କେଲ ୭ ଦଶମିକ୍ ୬ ତ୍ରୀବତ୍ରରେ ଭୂମିକମ୍ପ ହୋଇଥିଲା । ଭୁମିକମ୍ପର ପ୍ରଭାବ ୧୦ କିଲୋମିଟର ଗଭୀର ଯାଏ ପଡିଥିଲା । ସେହିପରି ସ୍ଥଳରେ ୪୨ କିଲୋମିଟର ପର୍ଯ୍ୟନ୍ତ ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି । ଜାପାନ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତର-ମଧ୍ୟ ଜାପାନର ଇଶିକ୍ୱା ଅଂଚଳରେ ଏହି ଭୂମିକମ୍ପ ହୋଇଛି ।