ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀ ରବିବାର ଜମ୍ମୁ-କଶ୍ମୀରରେ ୫ ଜଣ ‘ଲସ୍କର-ଇ-ତୋଏବା’ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ୨ଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିବା ସହ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ଆଦିଲ୍ ହୁସେନ୍ ୱାନି, ସୁହୈଲ୍ ଅହମଦ୍ ଦର୍, ଏତ୍ମାଦ୍ ଅହମଦ୍ ଲାୱେ, ମେହରାଜ ଅହମଦ୍ ଲୋନି ଓ ସବ୍ଜର୍ ଅହମଦ୍ ଖାର୍।
ଆତଙ୍କବାଦୀ ସଂଗଠନ ‘ଲସ୍କର-ଇ-ତୋଏବା’ ସହିତ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ଏମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଗୋଟିଏ ୟୁବିଜିଏଲ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।