ସେନେଗାଲ୍: ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଆଫ୍ରିକୀୟ ଦେଶ ସେଣ୍ଟ୍ରାଲ ସେନେଗାଲ୍ର କାଫରିନ୍ରେ ଘଟିଛି ଏଭଳି ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ପ୍ରାୟ ୮୭ ଜଣ ଯାତ୍ରୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କାଫରିନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକ ବସର ଟାୟାର ଫାଟିଯିବା କାରଣରୁ ତାହା ଅନିୟନ୍ତ୍ରିତ ହୋଇ ଅନ୍ୟ ଏକ ବସ୍ ସହ ଧକ୍କା ହୋଇଥିଲା । ଯାହାଫଳରେ ବସରେ ଯାତ୍ରା କରୁଥିବା ୪୦ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଉଭୟ ବସ୍ରେ ୧୨୫ ଜଣ ଯାତ୍ରୀ ଥିଲେ, ଯେଉଁଥିରୁ ୪୦ ଜଣକ ମୃତ୍ୟୁଛି । ଅଧିକାରୀଙ୍କ କହିବା ଅନୁଯାୟୀ ଘଟଣା ସ୍ଥାନୀୟ ସମୟ ରବିବାର ସକାଳ ୩.୧୫ରେ ହୋଇଥିଲା।
ଏହି ଘଟଣାକୁ ରାଷ୍ଟ୍ରପତି ମ୍ୟାକି ସାଲ୍ ଦୁଃଖପ୍ରକାଶ କରିଛନ୍ତି, ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ସୋମବାରଠାରୁ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।