ହାଇଦ୍ରାବାଦର ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ: ୪ ମହିଳାଙ୍କ ସମେତ ୬ ମୃତ

ହାଇଦ୍ରାବାଦ: ସିକନ୍ଦରାବାଦସ୍ଥିତ ଏକ ବ୍ୟାବସାୟିକ ବହୁତଳ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଜଣ ମହିଳାଙ୍କ ସମେତ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଧୂଆଁରେ ରୁନ୍ଧି ହୋଇ ଅଣନିଃଶ୍ବାସୀ ହୋଇଯିବା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ପ୍ରାଥମିକ ଖବରରୁ ଜଣାପଡ଼ିଛି। ତେବେ ତଦନ୍ତ ପରେ ସେମାନଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ୧୨ଜଣ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଥିଲା। ଗୋଟିଏ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ […]

ହାଇଦ୍ରାବାଦ: ସିକନ୍ଦରାବାଦସ୍ଥିତ ଏକ ବ୍ୟାବସାୟିକ ବହୁତଳ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଜଣ ମହିଳାଙ୍କ ସମେତ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଧୂଆଁରେ ରୁନ୍ଧି ହୋଇ ଅଣନିଃଶ୍ବାସୀ ହୋଇଯିବା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ପ୍ରାଥମିକ ଖବରରୁ ଜଣାପଡ଼ିଛି। ତେବେ ତଦନ୍ତ ପରେ ସେମାନଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ୧୨ଜଣ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଥିଲା। ଗୋଟିଏ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡି ନ ଥିବା ବେଳେ ସର୍ଟସର୍କିଟି ଯୋଗୁଁ ଏଗି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

 

About The Author: The Sakala