ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୪ମୃତ, ୧୭ ଆହତ

ତେଲେଙ୍ଗାନା: ତେଲେଙ୍ଗାନା ବିକାରାବାଦ ଜିଲ୍ଲାର ପାରିଗି ପୁଲିସ ଷ୍ଟେସନ ନିକଟ ରଙ୍ଗପୁରର ବିଜାପୁର-ହାଇଦ୍ରାବାଦ ହାଇୱେରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ତେଲେଙ୍ଗାନାର ପାରିଗି  ପୁଲିସ ଷ୍ଟେସନ ନିକଟରେ ଥିବା  ରଙ୍ଗପୁରର ବିଜାପୁର-ହାଇଦ୍ରାବାଦ ହାଇୱେରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ରେଡ୍ଡୀ ଜିଲ୍ଲା ଚେନଭିଲ ଗାଁର ଲୋକଙ୍କୁ ବସଟି ପାରିଗିକୁ ନେଇ ଯାଇଥିଲା […]

ତେଲେଙ୍ଗାନା: ତେଲେଙ୍ଗାନା ବିକାରାବାଦ ଜିଲ୍ଲାର ପାରିଗି ପୁଲିସ ଷ୍ଟେସନ ନିକଟ ରଙ୍ଗପୁରର ବିଜାପୁର-ହାଇଦ୍ରାବାଦ ହାଇୱେରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ତେଲେଙ୍ଗାନାର ପାରିଗି  ପୁଲିସ ଷ୍ଟେସନ ନିକଟରେ ଥିବା  ରଙ୍ଗପୁରର ବିଜାପୁର-ହାଇଦ୍ରାବାଦ ହାଇୱେରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ରେଡ୍ଡୀ ଜିଲ୍ଲା ଚେନଭିଲ ଗାଁର ଲୋକଙ୍କୁ ବସଟି ପାରିଗିକୁ ନେଇ ଯାଇଥିଲା । ଫେରିବାବେଳେ ବସଟି ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ୩ ଜଣ ଆହତଙ୍କୁ ହସ୍ପିଟାଲକୁ ନେବାବେଳେ ବାଟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଆହତ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

About The Author: The Sakala