ଡ୍ରେନେଜ୍ ଚାମ୍ବର ସଫା ବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜଣଙ୍କ ଜୀବନ

ପୁଣେ: ପୁଣେର ବାରାମତୀ ତହସିଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଟିଶ ଅମଳର ଗୋଟିଏ ଡ୍ରେନେଜ ଚ୍ୟାମ୍ବର ସଫା କରୁଥିବା ବେଳେ ୪ ଜଣ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ପ୍ରଥମେ ଏହା ମଧ୍ୟରେ ରହିଥିବା ଗୋବର ଓ ପାଣିକୁ କାଢ଼ିବା ପାଇଁ ପ୍ରବୀଣ ଅତୋଲେ ଯାଇଥିଲେ। କିନ୍ତୁ ସେ ସଫା କରୁଥିବା ବେଳେ ହଠାତ୍‌ ଅଚେତ ହୋଇଯାଇଥିଲେ। ସେ ମୋଟର ପାଇପ ସଫା କରୁଥିବା ବେଳେ ଏପରି ଘଟଣା ଘଟିଥିଲା। […]

ପୁଣେ: ପୁଣେର ବାରାମତୀ ତହସିଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଟିଶ ଅମଳର ଗୋଟିଏ ଡ୍ରେନେଜ ଚ୍ୟାମ୍ବର ସଫା କରୁଥିବା ବେଳେ ୪ ଜଣ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ, ପ୍ରଥମେ ଏହା ମଧ୍ୟରେ ରହିଥିବା ଗୋବର ଓ ପାଣିକୁ କାଢ଼ିବା ପାଇଁ ପ୍ରବୀଣ ଅତୋଲେ ଯାଇଥିଲେ। କିନ୍ତୁ ସେ ସଫା କରୁଥିବା ବେଳେ ହଠାତ୍‌ ଅଚେତ ହୋଇଯାଇଥିଲେ। ସେ ମୋଟର ପାଇପ ସଫା କରୁଥିବା ବେଳେ ଏପରି ଘଟଣା ଘଟିଥିଲା। ପ୍ରବୀଣଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବାପା ଗ୍ୟାମ୍ବର ଭିତରକୁ ଯାଇଥିଲେ। ହେଲେ ସେ ମଧ୍ୟ ଅଚେତ ହୋଇ ଯାଇଥିଲେ। ଆଉ ଦୁଇ ଜଣ କିଛି ନ ବୁଝିପାରି ପୁଣି ଭିତରକୁ ଯାଇଥିଲେ। ସେମାନେ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏପରି ଭାବେ ୪ ଜଣ ଚ୍ୟାମ୍ବର ମଧ୍ୟରେ ଶ୍ୱାସରୁଦ୍ଧ ହୋଇଯାଇଥିହା।  ଚାରିଜଣଙ୍କୁ ଚାମ୍ବରରୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁଲିସ ଅଧିକାରୀ କହିଛନ୍ତି।

About The Author: The Sakala