ଆସୁଛି ତୃତୀୟ ଲହର, ଶିଶୁଙ୍କ ପାଇଁ ଘାତକ!

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରକୁ ନେଇ ସାରା ଦେଶ ମହାସଙ୍କଟ ଦେଇ ଗତି କରୁଥିବା ବେଳେ ମହାମାରୀର ତୃତୀୟ ଲହର ଆଶଙ୍କା ନେଇ ସତର୍କତା ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଡ. କେ ବିଜୟ ରାଘବନ। ବୁଧବାର ଏ ସମ୍ପର୍କରେ ଚେତାବନୀ ଜାରି ସେ କହିଛନ୍ତି ଯେ କରୋନାର ତୃତୀୟ ଲହରକୁ ଅଣଦେଖା କରାଯାଇ ପାରିବନାହିଁ। ତେବେ ନୂଆ ଟ୍ରେନର ମୁକାବିଲା କରିବାକୁ ଟିକା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହିତ ଏହାକୁ ଅପଡେଟ କରିବାକୁ […]

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରକୁ ନେଇ ସାରା ଦେଶ ମହାସଙ୍କଟ ଦେଇ ଗତି କରୁଥିବା ବେଳେ ମହାମାରୀର ତୃତୀୟ ଲହର ଆଶଙ୍କା ନେଇ ସତର୍କତା ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଡ. କେ ବିଜୟ ରାଘବନ। ବୁଧବାର ଏ ସମ୍ପର୍କରେ ଚେତାବନୀ ଜାରି ସେ କହିଛନ୍ତି ଯେ କରୋନାର ତୃତୀୟ ଲହରକୁ ଅଣଦେଖା କରାଯାଇ ପାରିବନାହିଁ।

ତେବେ ନୂଆ ଟ୍ରେନର ମୁକାବିଲା କରିବାକୁ ଟିକା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହିତ ଏହାକୁ ଅପଡେଟ କରିବାକୁ ପଡିବ ବୋଲି ଡ ରାଘବନ କହିଛନ୍ତି। ବର୍ତ୍ତମାନ ଦିଆଯାଉଥିବା ଟିକାଗୁଡ଼ିକ ସବୁ ପ୍ରକାରର ପରିବର୍ତ୍ତିତ କରୋନା ଭୂତାଣୁ(ଭାରିଆଣ୍ଟ) ପାଇଁ ପ୍ରଭାବଶାଳୀ । କିନ୍ତୁ ଆଗକୁ ଭୂତାଣୁର ରୂପରେଖ କିଭଳି ରହିବ ଏବଂ ଏହା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ କିଭଳି ପ୍ରଭାବ ପକାଇବ ସେଥିପାଇଁ ଚିନ୍ତା କରାଯାଉଛି ଏପରି ଭୂତାଣୁର ମୁକାବିଲା ଲାଗି ବୈଜ୍ଞାନିକମାନେ ଗବେଷଣା ଜାରି ରଖୁଛନ୍ତି ବୋଲି ଡ. ରାଘବନ କହିଛନ୍ତି ।

ଭାରତ ସମେତ ବିଶ୍ବର ବିଭିନ୍ନ ଭାଗରେ କେତେକ ନୂଆ ପ୍ରକାରର ଭୂତାଣୁ ସୃଷ୍ଟି ହୋଇଛି। କିନ୍ତୁ ସେଗୁଡ଼ିକ ଦ୍ରୁତ ସଂକ୍ରମଣ ବଢାଇବାର ସମ୍ଭାବନା କମ ରହିଥିଲେ ହେଁ ଆଗକୁ ନୂଆ ପ୍ରକାରର ଭୂତାଣୁର ପ୍ରଭାବ କିଭଳି ରହିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଏଥିପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଭାରତରେ ଏବେ ହସ୍ପିଟାଲରେ କରୋନା ରୋଗୀଙ୍କ ଭିଡ ବଢ଼ିବାରେ ଲାଗିଛି। ବହୁ ସଂଖ୍ୟାରେ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହେଉଛି। ଏହି ବିସ୍ତରକୁ ନେଇ ତୃତୀୟ ଲହର ଅଣଦେଖା କରାଯାଇ ପାରିବନାହିଁ। ତେବେ ତୃତୀୟ ଲହର କେବେ ଆସିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଥିଲା ବେଳେ ଏଥିପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି ।

ଶିଶୁଙ୍କ ପାଇଁ ଘାତକ!

ଭୁବନେଶ୍ବର: କରୋନାର ହିତୀୟ ଲହର ରାଜ୍ୟର ପ୍ରାୟ ୨୦% ଶିଶୁଙ୍କୁ ସଂକ୍ରମିତ କରିଛି । ପ୍ରଥମ ଲହର ଅପେକ୍ଷା ହିତୀୟ ଲହର ଛୋଟ ପିଲାଙ୍କୁ ଅଧିକ ଆକ୍ରାନ୍ତ କରୁଛି । ନୂଆ ପ୍ରକାରର ଭୂତାଣୁ ତଥା ଷ୍ଟ୍ରେନ୍‌ ପାଇଁ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଶିଶୁମାନେ ସଂକ୍ରମିତ ହେଉଛନ୍ତି ବୋଲି କଟକ ଶିଶୁ ଭବନର ପ୍ରଫେସର ପ୍ରଭାକର ମିଶ୍ର କହିଛନ୍ତି। ଡ଼ା. ମିଶ୍ର କହିଛନ୍ତି ଯେ କୋଭିଡ୍ ମୁକ୍ତ ହେବା ପରେ ପିଲାଙ୍କ ଠାରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖା ଦେଉଛି। ତେଣୁ ପିଲାମାନଙ୍କ କ୍ଷେତ୍ରରେ ଅଧିକ ସତର୍କ ରହିବା ଆବଶ୍ୟକ।

ଦ୍ଵିତୀୟ ଲହରରେ ତରଳ ଝାଡ଼ା, ପେଟ ବଥା, ବାନ୍ତି, ଜିଭ ଲାଲ୍ ପଡ଼ିବା, ଚର୍ମ ସଂକ୍ରମଣ ହେବା ଭଳି ଲକ୍ଷଣ ପ୍ରକାଶ ପାଉଛି। ପିଲାମାନେ ସଂକ୍ରମିତ ହେଲେ ହୋମ୍ ଆଇସୋଲେସନରେ ରହିପାରିବେ । ପିଲାର ବୟସ ଯଦି ଚାରି ମାସରୁ ଅଧିକ ତା ହେଲେ ସଂକ୍ରମିତ ମା’ ସ୍ତନ୍ୟପାନ କରାଇପାରିବେ । ତେବେ ଏହି ସମୟରେ ମା’ ମାନେ ଅତ୍ୟନ୍ତ ସତର୍କ ରହିବା ସହ ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ଡ଼ା ମିଶ୍ର କହିଛନ୍ତି।

About The Author: The Sakala