ଛତିଶଗଡ଼: ଛତିଶଗଡ଼ ବିଜାପୁରରେ ୨୫ ମାଓବାଦୀଙ୍କ ଆତ୍ମସମର୍ପଣ । ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ବସ୍ତର ରେଞ୍ଜର ଉଚ୍ଚାପଦାଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୨୫ ହାର୍ଡକୋର ମାଓବାଦୀ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଧରିବା ପାଇଁ ମୁଣ୍ଡ ଉପରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରେ ୩ ଜଣ ପିଏଲ୍ଜିଏ ସଦସ୍ୟ ଥିବା ଜଣାପଡିଛି ।
ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଏବଂ ସଂଗଠନରେ ଭେଦଭାବ ଯୋଗୁଁ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ ନିକଟରେ କହିଛନ୍ତି।ସେମାନେ ସମସ୍ତେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ପରିବାର ସହ ଶାନ୍ତିରେ ଜୀବନଯାପନ କରିବେ ବୋଲି ପୁଲିସ ନିକଟରେ ପ୍ରତିଶ୍ରୁତି ଦେଇଛନ୍ତି।