ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ-କାଶ୍ମୀର ପୁଲିସ ସେନା, ସିଆରପିଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସହିତ ମିଶି ସମ୍ବେଦନଶୀଳ ଅଞ୍ଚଳରେ ଏକ ବଡ଼ ଧରଣର ତଲାସୀ ଏବଂ ଘେରାବନ୍ଦୀ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ, ଅନନ୍ତନାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଲାସି ଜାରି ରଖିଛନ୍ତି।ଏପର୍ଯ୍ୟନ୍ତ ପ୍ରାୟ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ନେଟୱାର୍କକୁ ଭାଙ୍ଗିବା ପାଇଁ ସେମାନଙ୍କୁ ପଚରାଉଚରା କରାଯାଉଛି।
ଜିଲ୍ଲା ପୁଲିସ ସୂଚନା ଦେଇ କହିଛନ୍ତି ଯେ, ପହଲଗାମ ଘଟଣା ପରେ ଆତଙ୍କବାଦ ତଥା ଏହାର ଇକୋସିଷ୍ଟମକୁ ରୋକିବା ପାଇଁ ସେନା, CRPF ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀର ମିଳିତ ସହଯୋଗରେ ପୋଲିସ ଅନନ୍ତନାଗ ଜିଲ୍ଲାରେ ବ୍ୟାପକ ସର୍ଚ୍ଚ ଏବଂ କର୍ଡନ ଅପରେସନ ଆରମ୍ଭ କରିଛି । ଦିନ ରାତି ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କୀ କାର୍ଯ୍ୟକଳାପରେ ସହାୟତା କରୁଥିବା ନେଟଓ୍ବାର୍କକୁ ଭାଙ୍ଗିବାକୁ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି ।