୧୫୭ ମାଛର ମୂଲ୍ୟ ୧.୩୩ କୋଟି ଟଙ୍କା

ମୁମ୍ବଇ : ମହାରାଷ୍ଟ୍ର ପାଲଘରର ଜଣେ ମତ୍ସ୍ୟଜୀବୀଙ୍କ ଭାଗ୍ୟ ଖୋଲିଯାଇଛି। ସେ ରାତାରାତି କୋଟିପତି ପାଲଟି ଯାଇଛନ୍ତି। ପାଳଘରର ଚନ୍ଦ୍ରକାନ୍ତ ତରେନିଜ ୭ ସାଙ୍ଗଙ୍କୁ ଧରି ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଏମାନେ ସମୁଦ୍ରରେ ମାଛ ଧରୁଥିବା ସମୟରେ ଜାଲରେ ସମୁଦ୍ରର ସୁନା କୁହାଯାଉଥିବା ବିରଳ ପ୍ରଜାତିର ଘୋଲ ମାଛ ପଡିଥିଲେ। ସେମାନେ ଏକାଥରକେ ଗୋଟିଏ କି ଦୁଇଟି ନୁହେଁ ବରଂ ୧୫୭ ଘୋଲ ମାଛ ଧରିଥିଲେ। ଏହି ମାଛ ଚନ୍ଦ୍ରକାନ୍ତଙ୍କୁ ରାତାରାତି କୋଟିପତି ବନାଇ ଦେଇଛି। […]

ମୁମ୍ବଇ : ମହାରାଷ୍ଟ୍ର ପାଲଘରର ଜଣେ ମତ୍ସ୍ୟଜୀବୀଙ୍କ ଭାଗ୍ୟ ଖୋଲିଯାଇଛି। ସେ ରାତାରାତି କୋଟିପତି ପାଲଟି ଯାଇଛନ୍ତି। ପାଳଘରର ଚନ୍ଦ୍ରକାନ୍ତ ତରେନିଜ ୭ ସାଙ୍ଗଙ୍କୁ ଧରି ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଏମାନେ ସମୁଦ୍ରରେ ମାଛ ଧରୁଥିବା ସମୟରେ ଜାଲରେ ସମୁଦ୍ରର ସୁନା କୁହାଯାଉଥିବା ବିରଳ ପ୍ରଜାତିର ଘୋଲ ମାଛ ପଡିଥିଲେ। ସେମାନେ ଏକାଥରକେ ଗୋଟିଏ କି ଦୁଇଟି ନୁହେଁ ବରଂ ୧୫୭ ଘୋଲ ମାଛ ଧରିଥିଲେ। ଏହି ମାଛ ଚନ୍ଦ୍ରକାନ୍ତଙ୍କୁ ରାତାରାତି କୋଟିପତି ବନାଇ ଦେଇଛି। ମୌସୁମୀ ସମୟରେ ବିପଦ ଯୋଗୁଁ ମହାରାଷ୍ଟ୍ରରେ ସମୁଦ୍ରରେ ମାଛ ଧରିବାକୁ ବାରଣ କରାଯାଇଥିଲା। କଟକଣା ହଟିବା ପରେ ଅଗଷ୍ଟ ୨୮ ତାରିଖ ରାତିରେ ନିଜର ୮ ସହଯୋଗୀଙ୍କ ସହ ସେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ଏହି ସମୟରେ ତାଙ୍କ ଜାଲରେ ୧୫୭ ଘୋଲ ମାଛ ପଡ଼ିଥିଲେ।

ଏହାକୁ ଚନ୍ଦ୍ରକାନ୍ତ ୧.୩୩ କୋଟି ଟଙ୍କାରେ ବିକ୍ରି କରିଥିଲେ।ଗୋଟିଏ ମାଛର ଦାମ ପ୍ରାୟ ୮୫ ହଜାର ଟଙ୍କା ଥିଲା ବୋଲି ଚନ୍ଦ୍ରକାନ୍ତଙ୍କ ପୁଅ ସୋମନାଥ କହିଛନ୍ତି। ଏହି ମାଛ ଉତ୍ତର ପ୍ରଦେଶ-ବିହାର ଅଞ୍ଚଳର ଜଣେ ବ୍ୟବସାୟୀ କିଣିଛନ୍ତି। ଏହାକୁ ପାଲଘର ମୁର୍ବେରେ ନିଲାମ କରାଯାଇଥିଲା। ଏହାର ମୂଲ୍ୟ ସୁନାଠାରୁ କମ ନୁହେଁ। ଅନେକ ପ୍ରକାର ଔଷଧ ତିଆରି ପାଇଁ ଏହି ମାଛକୁ ବ୍ୟବହାର କରାଯାଏ। ଏଥିଯୋଗୁଁ ମାଛର ଦାମ ବୃଦ୍ଧି ପାଉଛି। ଏଥିରୁ ପ୍ରସ୍ତୁତ ହେଉଥିବା ଔଷଧରେ ଅନେକ ରୋଗର ଚିକିତ୍ସା ହୋଇଥାଏ। କସମେଟିକ୍ସ ତିଆରି ପାଇଁ ମଧ୍ୟ ଏହି ମାଛକୁ ବ୍ୟବହାର ହୁଏ। ହଂକଂ, ମାଲେସିଆ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ଓ ଜାପାନ ଭଳି ଦେଶରେ ଏହାର ଚାହିଦା ଅଧିକ। ଏହି ମାଛର ପ୍ରତ୍ୟେକ ଅଂଶର ମହଙ୍ଗା। ସମୁଦ୍ରରୁ ୨୦ରୁ ୨୫ ନଟିକାଲ ମାଇଲ ଦୂରରେ ଚନ୍ଦ୍ରକାନ୍ତ ଏହି ମାଛ ଧରିଥିଲେ। ଏହା ସେମାନଙ୍କ ଜୀବନ ବଦଳାଇ ଦେଇଛି।

About The Author: The Sakala