ଶ୍ରୀନଗର: ପାକିସ୍ତାନର ବେଳା ଖରାପ୍ । ଗତକାଲି ବୁଧବାର ଦିନ ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂର ପାକିସ୍ତାନକୁ ବିପୁଳ କ୍ଷତି ପହଞ୍ଚାଇଥିଲା । ଏବେ ବେଲୁଚ୍ ଲିବରେସନ ଆର୍ମି IED ସାହାଯ୍ୟରେ ପାକିସ୍ତାନୀ ସେନାର ଗାଡ଼ି ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ୧୨ ଜଣ ପାକ୍ ସେନାଙ୍କ ମୃତ୍ୟୁ ହୋଇଛି । ବେଲୁଚ୍ ଲିବରେସନ ଆର୍ମିର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ସ ସ୍କ୍ୱାଡ୍ (STOS) ବୋଲାନର ମାଚ୍ କୁଣ୍ଡ ଅଞ୍ଚଳରେ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ସାହାଯ୍ୟରେ ଏକ ବଡ଼ ବିସ୍ଫୋରଣ କରିଥିଲା । ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ପାକିସ୍ତାନୀ ସେନାର ଗାଡ଼ିକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ୧୨ ଜଣ ସେନାଙ୍କ ମୃତ୍ୟୁ ହୋଇଛି । ଯବାନମାନେ ଏକ ସାମରିକ ଅଭିଯାନ ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା ।
ଆଇଇଡି ବିସ୍ଫୋରଣରେ ୧୨ ପାକିସ୍ତାନୀ ସୈନିକ ନିହତ
ଶ୍ରୀନଗର: ପାକିସ୍ତାନର ବେଳା ଖରାପ୍ । ଗତକାଲି ବୁଧବାର ଦିନ ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂର ପାକିସ୍ତାନକୁ ବିପୁଳ କ୍ଷତି ପହଞ୍ଚାଇଥିଲା । ଏବେ ବେଲୁଚ୍ ଲିବରେସନ ଆର୍ମି IED ସାହାଯ୍ୟରେ ପାକିସ୍ତାନୀ ସେନାର ଗାଡ଼ି ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ୧୨ ଜଣ ପାକ୍ ସେନାଙ୍କ ମୃତ୍ୟୁ ହୋଇଛି । ବେଲୁଚ୍ ଲିବରେସନ ଆର୍ମିର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ସ ସ୍କ୍ୱାଡ୍ (STOS) ବୋଲାନର ମାଚ୍ କୁଣ୍ଡ ଅଞ୍ଚଳରେ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ସାହାଯ୍ୟରେ ଏକ ବଡ଼ […]