ଓମିକ୍ରନକୁ ହେୟଜ୍ଞାନ କରିବାର ଭୁଲ କରନ୍ତୁ ନାହିଁ, ପୂର୍ବପରି ସତର୍କ ରୁହନ୍ତୁ : ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଭାରତରେ କାୟା ବିସ୍ତାର କରିଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ମାତ୍ର କିଛି ଦିନ ମଧ୍ୟରେ ଭାରତର ୧୧ ଟି ରାଜ୍ୟରେ ପହଞ୍ଚି ସାରିଲାଣି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଶୁକ୍ରବାର ଭାରତରେ ଶହେ ପାର କରିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି […]

ନୂଆଦିଲ୍ଲୀ : ଭାରତରେ କାୟା ବିସ୍ତାର କରିଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ମାତ୍ର କିଛି ଦିନ ମଧ୍ୟରେ ଭାରତର ୧୧ ଟି ରାଜ୍ୟରେ ପହଞ୍ଚି ସାରିଲାଣି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଶୁକ୍ରବାର ଭାରତରେ ଶହେ ପାର କରିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି । ଦେଶର ୧୧ଟି ରାଜ୍ୟରୁ ଏପର୍ଯ୍ୟନ୍ତ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଲବ୍ ଅଗ୍ରଓ୍ୱାଲ । ଦେଶର ମହାରାଷ୍ଟ୍ରରୁ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଏବେ ସୁଦ୍ଧା ମହାରାଷ୍ଟ୍ରରୁ ସର୍ବାଧିକ ୩୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ତା ସହିତ ଦିଲ୍ଲୀରୁ ୨୨ ଜଣ, ରାଜସ୍ଥାନରୁ ୧୭ ଜଣ, କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ୮ ଜଣ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତା ସହିତ ଗୁଜରାଟରୁ ୫ ଜଣ, କେରଳାରୁ ୫ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ଆନ୍ଦ୍ରପ୍ରଦେଶ, ଚଣ୍ଡୀଗଡ, ତାମିଲନାଡୁ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।


ଅନ୍ୟପଟେ ଓମିକ୍ରନକୁ ନେଇ ଦେଶବାସୀଙ୍କ ସତର୍କ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ଯେ ଆମ ଦେଶରେ ଗତ ୨୦ ଦିନ ହେଲା ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ରହୁଛି । କିନ୍ତୁ ଏହାକୁ ଦେଖି ଲୋକମାନେ ବିପଦ ଚାଲିଗଲା ବୋଲି ଭାବିବା ଉଚିତ ନୁହେଁ । କରୋନାର ନୂଆ ପ୍ରଜାତି ଓମିକ୍ରନକୁ ହେୟଜ୍ଞାନ କରିବାର ଭୁଲ କରନ୍ତୁ ନାହିଁ । ଆମକୁ ପୂର୍ବ ପରି ସତର୍କ ରହିବାକୁ ପଡ଼ିବ। ବିଶ୍ବର ପରିସ୍ଥିତିକୁ ଦେଖି ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ହେବ । କେବଳ ଟୀକା ନେବା ଯଥେଷ୍ଟ ନୁହେଁ, ଆମକୁ ପୂର୍ବପରି ମାସ୍କ ପିନ୍ଧିବାକୁ ହେବ, ହାତଧୋଇବାକୁ ହେବ ଓ ସାମାଜିକ ଦୂରତ୍ବ ପାଳନ କରିବାକୁ ପଡ଼ିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ।

ସୂଚନାଯୋଗ୍ୟ ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ପ୍ରଥମ ଓମିକ୍ରନ୍ ମାମଲା । ଏହା ପରେ ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଛି ଓମିକ୍ରନ୍ । ଏପର୍ଯ୍ୟନ୍ତ ବିଶ୍ୱର ୯୧ଟି ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଏହା ବ୍ୟତୀତ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିସାରିଛି କି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଡେଲାଟା ଭାରିଆଣ୍ଟଠାରୁ ଦ୍ରୁତ ଗତିରେ ମାଡି ଚାଲିଛି । ଓମିକ୍ରନ ଭାରିଆଣ୍ଟ ପାଇଁ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଚେତାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

About The Author: The Sakala