ବର୍ଷା ଦିନେ ଘରକୁ ଆସୁଛନ୍ତି କି ସାପ? ଏହି ୫ଟି ଜିନିଷକୁ ତୁରନ୍ତ କରନ୍ତୁ ଦୂର, ବିଶେଷଜ୍ଞ ଦେଲେ ପରାମର୍ଶ

Suryakanta Picture
Published On

ବର୍ଷା ଦିନ ଆସିବା ମାତ୍ରେ ଘର ଏବଂ ବଗିଚା ଆଖପାଖରେ ସାପ (Snakes) ଭୟ ବଢ଼ିଯାଏ। ଅନେକ ସମୟରେ ଲୋକେ ଭାବନ୍ତି ଯେ ସାପ ହଠାତ୍ କେଉଁଠୁ ଆସିଗଲେ, କିନ୍ତୁ ପ୍ରକୃତରେ ଆମ ଘର ଆଖପାଖରେ ଥିବା କିଛି ଜିନିଷର ଗନ୍ଧ ସେମାନଙ୍କୁ ଚୁମ୍ବକ ପରି ଟାଣି ଆଣିଥାଏ। ସାପମାନଙ୍କର ଘ୍ରାଣ ଶକ୍ତି ବହୁତ ତୀକ୍ଷ୍ଣ, ଯାହାକୁ କେମୋରିସେପ୍ସନ୍ (Chemoreception) କୁହାଯାଏ। ସେମାନେ ନିଜ ଜିଭ ସାହାଯ୍ୟରେ ପବନରେ ଥିବା କଣିକାକୁ ଧରି ଶିକାର କିମ୍ବା ଆଶ୍ରୟସ୍ଥଳୀରେ ପହଞ୍ଚି ଯାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ ଯାହା ଅଜାଣତରେ ଆପଣଙ୍କ ଘରକୁ ସାପମାନଙ୍କୁ ନିମନ୍ତ୍ରଣ କରିଥାଏ।

ଆହୁରି ପଢ଼ନ୍ତୁ: ଭଲ ନିଦ ହେବା ସତ୍ତ୍ୱେ ବି କ୍ଳାନ୍ତ ଅନୁଭବ କରୁଛନ୍ତି କି? ମେଦବହୁଳତା ହୋଇପାରେ ଏହାର ମୁଖ୍ୟ କାରଣ

ମୂଷା ଏବଂ କୀଟପତଙ୍ଗଙ୍କ ଗନ୍ଧ

ଯଦି ଆପଣଙ୍କ ଘର ଆଖପାଖରେ ବା ଅଳିଆ ଡବା ପାଖରେ ମୂଷା କିମ୍ବା ବଡ଼ କୀଟପତଙ୍ଗ ଅଛନ୍ତି, ତେବେ ଏହା ସାପମାନଙ୍କୁ ସହଜରେ ଆକର୍ଷିତ କରିଥାଏ। ମୂଷାଙ୍କ ମଳମୂତ୍ରର ଗନ୍ଧ ସାପମାନଙ୍କୁ ସଙ୍କେତ ଦେଇଥାଏ ଯେ ଏଠାରେ ସହଜରେ ଖାଦ୍ୟ ମିଳିପାରିବ। ତେଣୁ ନିଜ ଘରକୁ ମୂଷାମୁକ୍ତ ରଖିବା ନିହାତି ଜରୁରୀ।

ପକ୍ଷୀଙ୍କ ବସା ଏବଂ ମଳ

ଆପଣଙ୍କ ବଗିଚାରେ ଥିବା ପକ୍ଷୀଙ୍କ ବସା ଏବଂ ସେମାନଙ୍କ ମଳ ସାପମାନଙ୍କୁ ଏକ ଉତ୍ତମ ଶିକାର ସ୍ଥାନର ସଙ୍କେତ ଦେଇଥାଏ। ବିଶେଷକରି ର‌୍ୟାଟ୍ ସ୍ନେକ୍ (Rat Snake) ପ୍ରଜାତିର ସାପ ପକ୍ଷୀଙ୍କ ଅଣ୍ଡା ଓ ଛୁଆ ଖାଇବାକୁ ବହୁତ ଭଲ ପାଆନ୍ତି। ଯଦି ବଗିଚାରେ ପକ୍ଷୀମାନେ ଅଧିକ ମଇଳା କରୁଛନ୍ତି, ତେବେ ତାହାକୁ ତୁରନ୍ତ ସଫା କରନ୍ତୁ।

ଗୃହପାଳିତ ପଶୁଙ୍କ ଖାଦ୍ୟ ଖୋଲା ଛାଡିବା

ଘର ବାହାରେ ବା ଅଗଣାରେ ଗୃହପାଳିତ ପଶୁ ଯଥା କୁକୁର ବା ବିଲେଇଙ୍କ ଖାଦ୍ୟ ଖୋଲା ଛାଡିବା ବିପଜ୍ଜନକ ହୋଇପାରେ। ପାଳିତ ପଶୁଙ୍କ ଖାଦ୍ୟର ମହକ କେବଳ ଅନ୍ୟ ଜନ୍ତୁଙ୍କୁ ଡାକେ ନାହିଁ, ବରଂ ଏହା ଛୋଟ ଜୀବଜନ୍ତୁଙ୍କୁ ମଧ୍ୟ ଆକର୍ଷିତ କରେ ଯାହା ପରବର୍ତ୍ତୀ ସମୟରେ ସାପମାନଙ୍କୁ ଟାଣି ଆଣିଥାଏ।

ପୁରୁଣା ଆବର୍ଜନା ଏବଂ ଖାଦ୍ୟର ଦୁର୍ଗନ୍ଧ

ନ୍ୟାସନାଲ୍ ପେଷ୍ଟିସାଇଡ୍ ଇନଫରମେସନ୍ ସେଣ୍ଟର (NPIC) ର ରିପୋର୍ଟ ଅନୁଯାୟୀ, ଘର ବାହାରେ ଜମା ହୋଇଥିବା ପୁରୁଣା କାଠ, ଧାତୁ ସ୍କ୍ରାପ୍ କିମ୍ବା ଅଳିଆ ଗଦା ସାପମାନଙ୍କ ଲୁଚିବା ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ। ଏହି ସ୍ଥାନଗୁଡ଼ିକରେ ପଡ଼ିଥିବା ବଳକା ଖାଦ୍ୟର ଦୁର୍ଗନ୍ଧ ସାପମାନଙ୍କୁ ଖାଦ୍ୟର ଲୋଭ ଦେଖାଇବା ସହ ଏକ ଅନ୍ଧାରିଆ ତଥା ସୁରକ୍ଷିତ ଆଶ୍ରୟ ପ୍ରଦାନ କରିଥାଏ। ତେଣୁ ସାବଧାନତା ଅବଲମ୍ବନ କରି ନିଜ ଘର ଏବଂ ବଗିଚାକୁ ସର୍ବଦା ସଫା ରଖନ୍ତୁ।

07 Aug 2026 By Suryakanta

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର