ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଯୁବକକୁ ହତ୍ୟା ଅଭିଯୋଗ। ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ୍ ପଞ୍ଚାୟତ ବଡ ନୟାପଲ୍ଲୀ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତ ଯୁବକର ନାମ ଶିବ ନାୟକ ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଚଳାଇଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ବାମୀକୁ ମାରି ଦେଇଥିବା ନେଇ ଶିବ ନାୟକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି, ଏଇ ଗାଁର ଲୋକଙ୍କ ସହ ତାଙ୍କ ସ୍ୱାମୀଙ୍କର ପୂର୍ବରୁ ପାଟିତୁଣ୍ଡ ଲାଗି ରହିଥିଲା। କାଲି ବ୍ୟବସାୟରୁ ଫେରିବାବେଳେ ତାଙ୍କୁ ମାରି ଦାଣ୍ଡରେ ପକାଇଛନ୍ତି। ଖବରପାଇ ଖୋର୍ଦ୍ଧା ଏସପି ବି.ଯୁଗଳ କିଶୋର କୁମାର, ଏସିଡିପିଓ ଦିଲ୍ଲୀପ କୁମାର ଦାସ ଏକ ପ୍ଲାଟୁନ ପୋଲିସ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏଇ ଘଟଣାରେ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।