ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରି ରାସ୍ତା ଉପରେ ଫିଙ୍ଗି ଦିଆଯାଇଛି। ମୃତକଙ୍କ ନାମ ସୃଜନ କୁମାର ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୃଜନ କୁମାର ମୂଳତଃ ଝାଡ଼ଖଣ୍ଡର ବାସିନ୍ଦା ଅଟନ୍ତି। ତେବେ ଗତ ୨୦ ବର୍ଷ ଧରି ସେ ମୁଚବାହାଲ ଅଞ୍ଚଳରେ ରହି ଆସୁଥିଲେ ଏବଂ ସ୍ଥାନୀୟ ଖଣି ଅଞ୍ଚଳରେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।
ଦୁର୍ବୃତ୍ତ ସୃଜନଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ମୁଚବାହାଲ ନିକଟସ୍ଥ ରାସ୍ତା ଉପରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିନକୁ ସୂଚନା ମିଳିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବ୍ରଜରାଜନଗର ଏସଡିପିଓ (SDPO) ଏବଂ ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥିସହ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ଏହି ହତ୍ୟାକାଣ୍ଡର ଘନଘଟା ଅନୁସନ୍ଧାନ ଆରମ୍ଭ କରିଛି।