ବୈପାରୀଗୁଡା: ସାମାନ୍ୟ ମୋବାଇଲ ପାଇଁ ବଡ଼ ଭାଇର ଜୀବନ ନେଲା ସାନ ଭାଇ। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ବୈପାରୀଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଗ୍ରାମରେ । ଅଭିଯୁକ୍ତ ସାନ ଭାଇ ଫେରାର ଅଛି । ମୃତକ ହେଲେ ଦଶମନ୍ତପୁର ଗ୍ରାମର ୩୨ ବର୍ଷୀୟ କାହ୍ନୁ ଚରଣ ପ୍ରଧାନୀ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ କାଲି ରାତିରେ ମୋବାଇଲ ଫୋନକୁ ନେଇ କାହ୍ନୁ ଚରଣ ପ୍ରଧାନୀ ଓ ତାଙ୍କ ସାନଭାଇ ଲଷ୍ମୀକାନ୍ତ ପ୍ରଧାନୀ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଲଷ୍ମୀକାନ୍ତ ଏକ ଲୁହା ଛୁରୀ ସାହାୟ୍ଯରେ ବଡ଼ଭାଇ କାହ୍ନୁ ଚରଣଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ହୋଇ ପଡ଼ିଥିଲେ କାହ୍ନୁ ଚରଣ । ପରିବାର ଲୋକେ ଗୁରୁତର କାହ୍ନୁ ଚରଣଙ୍କୁ ସଙ୍ଗେ ସଙ୍ଗେ ବୈପାରୀଗୁଡା ଡାକ୍ତରଖାନାକୁ ନେଇଥିଲେ ହେଲେ କାହ୍ନୁ ଅତି ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଜୟପୁର ମେଡ଼ିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ କାହ୍ନୁଙ୍କ ସଂପର୍କୀୟ ଏନେଇ ବୈପାରୀଗୁଡା ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଈଶ୍ୱେର ତାଣ୍ଡିଙ୍କ ନେତୃତ୍ୱରେ ପୋଲିସ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି । ସେପଟେ ଅଭିଯୁକ୍ତ ଫେରାର ଥିବା ବେଳେ ଅତି ଶୀଘ୍ର ଫେରାର ଅଭିଯୁକ୍ତ ଲଷ୍ମୀକାନ୍ତ ପ୍ରଧାନୀଙ୍କୁ ଗିରଫ କରିବା ପାଇଁ ଏକ ଟିମ ଗଠନ କରାଯାଇଛି ବୋଲି ଥାନା ଅଧିକାରୀ ଈଶ୍ୱେର ତାଣ୍ଡି ପ୍ରକାଶ କରିଛନ୍ତି ।
ମୋବାଇଲ ପାଇଁ ବଡ଼ ଭାଇର ଜୀବନ ନେଲା ସାନ ଭାଇ
ବୈପାରୀଗୁଡା: ସାମାନ୍ୟ ମୋବାଇଲ ପାଇଁ ବଡ଼ ଭାଇର ଜୀବନ ନେଲା ସାନ ଭାଇ। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ବୈପାରୀଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଗ୍ରାମରେ । ଅଭିଯୁକ୍ତ ସାନ ଭାଇ ଫେରାର ଅଛି । ମୃତକ ହେଲେ ଦଶମନ୍ତପୁର ଗ୍ରାମର ୩୨ ବର୍ଷୀୟ କାହ୍ନୁ ଚରଣ ପ୍ରଧାନୀ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ କାଲି ରାତିରେ ମୋବାଇଲ ଫୋନକୁ ନେଇ କାହ୍ନୁ ଚରଣ ପ୍ରଧାନୀ ଓ ତାଙ୍କ ସାନଭାଇ ଲଷ୍ମୀକାନ୍ତ ପ୍ରଧାନୀ ମଧ୍ୟରେ […]