ବିଏସ୍‌କେୱାଇ ଯୋଗୁଁ ଡାକ୍ତରଖାନାରୁ ମୁକୁଳିଲେ ଯୁବକ

ତମାଣ୍ଡୋ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଉଛି। ଜଣେ ଯୁବକ ଏହି ଯୋଜନାରେ ୪ ଲକ୍ଷ ଟଙ୍କାର ସହାୟତା ପାଇବା ସହିତ ଡାକ୍ତରଖାନାରୁ ମୁକୁଳିଛନ୍ତି। ସେ ହେଉଛନ୍ତି ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ପଞ୍ଚାୟତ ଅଧୀନ ଜଗନ୍ନାଥ ପ୍ରସାଦ ଗ୍ରାମର ସୁବାସ ମହାପାତ୍ର। ସୁବାସ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇ ଚିକିତ୍ସା ନିମନ୍ତେ କଳିଙ୍ଗନଗରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ମସ୍ତିସ୍କରେ ଗଭୀର […]

ତମାଣ୍ଡୋ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଉଛି। ଜଣେ ଯୁବକ ଏହି ଯୋଜନାରେ ୪ ଲକ୍ଷ ଟଙ୍କାର ସହାୟତା ପାଇବା ସହିତ ଡାକ୍ତରଖାନାରୁ ମୁକୁଳିଛନ୍ତି। ସେ ହେଉଛନ୍ତି ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ପଞ୍ଚାୟତ ଅଧୀନ ଜଗନ୍ନାଥ ପ୍ରସାଦ ଗ୍ରାମର ସୁବାସ ମହାପାତ୍ର।

ସୁବାସ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇ ଚିକିତ୍ସା ନିମନ୍ତେ କଳିଙ୍ଗନଗରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ମସ୍ତିସ୍କରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଅସ୍ତ୍ରୋପଚାର କରାଯିବା ସହ ଦୀର୍ଘ ଏକ ମାସ ଧରି ଚିକିତ୍ସା କରାଯାଇଥିଲା। ଡାକ୍ତରଖାନାରେ ଅସ୍ତ୍ରୋପଚାର ଓ ଚିକିତ୍ସା ବାବଦକୁ ମୋଟ ୮ ଲକ୍ଷ ୨୭ ହଜାର ୩୬୨ ଟଙ୍କା ବିଲ୍ ହୋଇଥିଲା। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଧାର କରଜ କରି ମୋଟ ୪ ଲକ୍ଷ ୧୨ ହଜାର ଟଙ୍କା ପଇଠ କରିବା ସହିତ ଅବଶିଷ୍ଟ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଅବଶିଷ୍ଟ ଟଙ୍କା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ପଇଠ କରିବା ପାଇଁ ସୁବାସଙ୍କ ସ୍ତ୍ରୀ ଗୀତାଞ୍ଜଳି ମହାପାତ୍ର ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ଜଟଣୀର ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ବଳବନ୍ତରାୟ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅବଗତ କରାଇଥିଲେ। ଅବଶିଷ୍ଟ ୪ ଲକ୍ଷ ୧୫ ହଜାର ୩ ଶହ ୬୨ ଟଙ୍କା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ପଇଠ କରିବା ପାଇଁ ଜିଲ୍ଲାପାଳ ଉକ୍ତ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ସୁବାସ ମହାପାତ୍ର ଡାକ୍ତରଖାନାରୁ ମୁକୁଳିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ବା ଲାଭାନ୍ୱିତ ହୋଇଥିବାରୁ ସୁବାସଙ୍କ ପତ୍ନୀ ଗୀତାଞ୍ଜଳି ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

About The Author: The Sakala