ଧୋକା ଦେଲା ଫେସ୍‌‌ବୁକ୍‌‌ ଫ୍ରେଣ୍ଡ୍‌‌, ବିଦେଶିନୀଙ୍କ ପ୍ରେମରେ ପଡ଼ି ୧୦ ଲକ୍ଷ ହରାଇଲେ ଯୁବକ

ଭୁବନେଶ୍ୱର: ବିଦେଶିନୀଙ୍କ ପ୍ରେମରେ ପଡ଼ି ଜଣେ ଯୁବକ ୧୦ ଲକ୍ଷ ହରାଇଛନ୍ତି। ଠକାମିର ଶିକାର ହୋଇଥିବା ଚନ୍ଦକାର ଜଣେ ଯୁବକ ଏନେଇ ସାଇବର୍‌‌ ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ଟଙ୍କା ଯାଇଥିବା ଆକାଉଣ୍ଟକୁ ମଧ୍ୟ ପୁଲିସ ଫ୍ରିଜ୍‌‌ କରିଛି। ହେଲେ ସାଇବର ଠକ ଉକ୍ତ ଆକାଉଣ୍ଟରୁ ସମସ୍ତ ଟଙ୍କା କାଢ଼ି ନେଇଯାଇଛନ୍ତି। ଅଭିଯୋଗ ଅନୁସାରେ, ଯୁବକଙ୍କ ନିକଟକୁ ଫେସ୍‌‌ବୁକ୍‌‌ରେ ଏକ ଫ୍ରେଣ୍ଡ୍‌‌ ରିକ୍ୟୁଏଷ୍ଟ ଆସିଥିଲା। ଏହାକୁ ସେ ଗ୍ରହଣ କରିବା ପରେ ଉଭୟ କଥା ହୋଇଥିଲେ। କିଛଦିନ […]

ଭୁବନେଶ୍ୱର: ବିଦେଶିନୀଙ୍କ ପ୍ରେମରେ ପଡ଼ି ଜଣେ ଯୁବକ ୧୦ ଲକ୍ଷ ହରାଇଛନ୍ତି। ଠକାମିର ଶିକାର ହୋଇଥିବା ଚନ୍ଦକାର ଜଣେ ଯୁବକ ଏନେଇ ସାଇବର୍‌‌ ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ଟଙ୍କା ଯାଇଥିବା ଆକାଉଣ୍ଟକୁ ମଧ୍ୟ ପୁଲିସ ଫ୍ରିଜ୍‌‌ କରିଛି। ହେଲେ ସାଇବର ଠକ ଉକ୍ତ ଆକାଉଣ୍ଟରୁ ସମସ୍ତ ଟଙ୍କା କାଢ଼ି ନେଇଯାଇଛନ୍ତି।

ଅଭିଯୋଗ ଅନୁସାରେ, ଯୁବକଙ୍କ ନିକଟକୁ ଫେସ୍‌‌ବୁକ୍‌‌ରେ ଏକ ଫ୍ରେଣ୍ଡ୍‌‌ ରିକ୍ୟୁଏଷ୍ଟ ଆସିଥିଲା। ଏହାକୁ ସେ ଗ୍ରହଣ କରିବା ପରେ ଉଭୟ କଥା ହୋଇଥିଲେ। କିଛଦିନ ପରେ ଫୋନ୍‌‌ ନମ୍ବର ଦିଆନିଆ ହୋଇ କଥା ହୋଇଥିଲେ। ଯୁବତୀ ଜଣଙ୍କ ଇଂଲଣ୍ଡରେ ରହୁଥିବା କହିବା ସହ ସେ ଡାକ୍ତର ଅଛନ୍ତି ବୋଲି କହିଥିଲେ। ଏପରିକି କିଛିଦିନ ହେଲା ପରେ ଯୁବତୀ ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ ସେ ରାଜି ହେବା ପରେ ଯୁବତୀ ଓଡ଼ିଶା ଆସିବେ ବୋଲି ତାରିଖ କହିଥିଲେ। ହଠାତ ତା’ ପରଦିନ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ କଷ୍ଟମ୍‌‌ ବିଭାଗର ଅଧିକାରୀ ଧରିଥିବା କହିଥିଲେ। କଷ୍ଟମ ଅଧିକାରୀ କହିଥିଲେ ବିଦେଶ ଟଙ୍କା ଆଣିଥିବାରୁ ଏଥିଲାଗି ୩ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ସେ ପ୍ରଥମେ ୩ଲକ୍ଷ ଏବଂ ପରେ ବିଭିନ୍ନ ଆଳ ଦେଖାଇ ଆଉ ବାକି ଟଙ୍କା ଦେଇଥିଲେ। ଏହିଭଳି ସାଇବର୍‌‌ ଠକ ୧୦ ଲକ୍ଷ ନେଇଯାଇଥିଲେ।

About The Author: The Sakala