ପ୍ରେମିକାକୁ ଦୁଷ୍କର୍ମ କରି ଯୁବକ ଗିରଫ

ନନ୍ଦନକାନନ : ନିଜ ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗରେ ରାଜନ ଦିଗାଲ ନାମକ ଜଣେ ଯୁବକକୁ ଚନ୍ଦ୍ରଶେଖରପୁର ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ରାଜନର ଘର କନ୍ଧମାଳ ଟିକାବାଲି ଅଞ୍ଚଳ। ଫୋନ ଜରିଆରେ ସେହି ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ସହ ରାଜନର ସମ୍ପର୍କ ଗଢି ଉଠେ। ସମ୍ପର୍କ ଧୀରେ ଧୀରେ ପ୍ରେମରେ ପରିଣତ ହେଲା। ରାଜନ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବିଡିଏ ଶ୍ରମିକ ବସ୍ତିରେ ରୁହେ। ପ୍ରେମ ସମ୍ପର୍କ ବଢ଼ିବାରୁ ରାଜନ […]

ନନ୍ଦନକାନନ : ନିଜ ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗରେ ରାଜନ ଦିଗାଲ ନାମକ ଜଣେ ଯୁବକକୁ ଚନ୍ଦ୍ରଶେଖରପୁର ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ରାଜନର ଘର କନ୍ଧମାଳ ଟିକାବାଲି ଅଞ୍ଚଳ। ଫୋନ ଜରିଆରେ ସେହି ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ସହ ରାଜନର ସମ୍ପର୍କ ଗଢି ଉଠେ। ସମ୍ପର୍କ ଧୀରେ ଧୀରେ ପ୍ରେମରେ ପରିଣତ ହେଲା। ରାଜନ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବିଡିଏ ଶ୍ରମିକ ବସ୍ତିରେ ରୁହେ। ପ୍ରେମ ସମ୍ପର୍କ ବଢ଼ିବାରୁ ରାଜନ ଡ଼ାକରାରେ ଯୁବତୀ ଜଣକ ଆସି ତା ସହ ଶ୍ରମିକ ବସ୍ତିରେ ରହୁଥିଲେ। ଗତକାଲି ଯୁବତୀ ଜଣକ ରାଜନ ନାଁରେ ତାକୁ ଦୁଷ୍କର୍ମ କରିଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲା। ପୁଲିସ ରାଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି।

About The Author: The Sakala