ଆଜି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ, ୩ଟି ଧଉରା କାଠ ରଖାଯାଇ ହେବ ପୂଜାର୍ଚ୍ଚନା

ପୁରୀ: ଆଜି ରଥକାଠ ଅନୁକୂଳ । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଆଜି ହେବ ରଥକାଠ ଅନୁକୂଳ । ୩ଟି ଧଉରା କାଠ ରଖାଯାଇ ହେବ ପୂଜାର୍ଚ୍ଚନା । ବସନ୍ତ ପଞ୍ଚମୀରେ ରହିଛି ରଥକାଠ ପୂଜା ପରମ୍ପରା । ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ । ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ । ଏଥିଲାଗି ରଥଖଳାକୁ […]

ପୁରୀ: ଆଜି ରଥକାଠ ଅନୁକୂଳ । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଆଜି ହେବ ରଥକାଠ ଅନୁକୂଳ । ୩ଟି ଧଉରା କାଠ ରଖାଯାଇ ହେବ ପୂଜାର୍ଚ୍ଚନା । ବସନ୍ତ ପଞ୍ଚମୀରେ ରହିଛି ରଥକାଠ ପୂଜା ପରମ୍ପରା । ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ । ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ । ଏଥିଲାଗି ରଥଖଳାକୁ ପରିସ୍କାର କରାଯିବା ସହ ତିନି ରଥର ତିନୋଟି ଧଉରା କାଠକୁ ରଖାଯାଇଛି।

ଆଜି ସ୍ୱତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ । ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।

About The Author: The Sakala