ସାଇବର ଠକଙ୍କ ଟାର୍ଗେଟ୍‌‌ରେ ରଥଯାତ୍ରା, ଅନ୍‌‌ଲାଇନରେ ରୁମ୍‌‌ ବୁକ୍‌‌ କଲେ ଠକାମିର ଶିକାର ହେଉଛନ୍ତି ପର୍ଯ୍ୟଟକ

ଭୁବନେଶ୍ୱର: ସାଇବର୍‌ ଠକଙ୍କ ଟାର୍ଗେଟ୍‌‌ରେ ରଥଯାତ୍ରା। ରଥଯାତ୍ରା ପାଇଁ ଏବେ ପୁରୀକୁ ଦେଶ ବିଦେଶରୁ ଲୋକଙ୍କ ସୁଅ ଛୁଟିବ। ତେଣୁ ଏହି ମୌକାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଠକିବା ପାଇଁ ସାଇବର୍‌ ଠକମାନେ ବଡ଼ଧରଣର ଯୋଜନା କରିଛନ୍ତି। ବିଶେଷକରି ପୁରୀରେ ଥିବା‌ ବଡ଼ବଡ଼ ହୋଟେଲ, ଲଜ୍‌ ଉପରେ ସେମା‌ନେ ଆଖି ପକାଇଛନ୍ତି। ପର୍ଯ୍ୟଟକମାନେ ପୁରୀରେ ରହିବା ପାଇଁ ଅନ୍‌ଲାଇନ୍‌ରେ ହୋଟେଲ ବୁକ୍‌ କରୁଥିବାରୁ ସାଇବର୍‌ ଠକ ଏବେ ବିଭିନ୍ନ ହୋଟେଲ ନାଁରେ ନକଲି ୱେବ୍‌ସାଇଟ୍‌ ଖୋଲି ଠକେଇ […]

ଭୁବନେଶ୍ୱର: ସାଇବର୍‌ ଠକଙ୍କ ଟାର୍ଗେଟ୍‌‌ରେ ରଥଯାତ୍ରା। ରଥଯାତ୍ରା ପାଇଁ ଏବେ ପୁରୀକୁ ଦେଶ ବିଦେଶରୁ ଲୋକଙ୍କ ସୁଅ ଛୁଟିବ। ତେଣୁ ଏହି ମୌକାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଠକିବା ପାଇଁ ସାଇବର୍‌ ଠକମାନେ ବଡ଼ଧରଣର ଯୋଜନା କରିଛନ୍ତି। ବିଶେଷକରି ପୁରୀରେ ଥିବା‌ ବଡ଼ବଡ଼ ହୋଟେଲ, ଲଜ୍‌ ଉପରେ ସେମା‌ନେ ଆଖି ପକାଇଛନ୍ତି। ପର୍ଯ୍ୟଟକମାନେ ପୁରୀରେ ରହିବା ପାଇଁ ଅନ୍‌ଲାଇନ୍‌ରେ ହୋଟେଲ ବୁକ୍‌ କରୁଥିବାରୁ ସାଇବର୍‌ ଠକ ଏବେ ବିଭିନ୍ନ ହୋଟେଲ ନାଁରେ ନକଲି ୱେବ୍‌ସାଇଟ୍‌ ଖୋଲି ଠକେଇ ପାଇଁ ଜାଲ ବଛାଇଛନ୍ତି। ଯିଏ ସଠିକ୍‌ ଅନୁସନ୍ଧାନ ନ କରି ହୋଟେଲ ବୁକ୍‌ କରିବେ, ସେମାନେ ଏହି ଠକଙ୍କ ଦ୍ବାରା ଶିକାର ହେବେ। କେବଳ ଗତ ୧୧ମାସରେ ଏଭଳି ୨ଶହରୁ ଅଧିକ ମାମଲା ଦେଖିବାକୁ ମିଳିଛି। ଆଗକୁ ଏଭଳି ରଥଯାତ୍ରା ଥିବାରୁ ଠକେଇ ବଢ଼ିବ। ତେଣୁ ଗତବର୍ଷ ଭଳି ଓଡ଼ିଶା ପୁଲିସ ହୋଟେଲ କର୍ମଚାରୀ ଏବଂ ପର୍ଯ୍ୟଟକଙ୍କୁ ସଚେତନ କରିଛନ୍ତି। ଏଭଳି ନକଲି ୱେବ୍‌‌ସାଇଟ୍‌‌ ହୋଟେଲ ନାମରେ ଖୋଲା ହୋଇଥିବା ଜାଣିବା ପରେ ପୁଲିସକୁ ଜଣାଇବାକୁ କୁହାଯାଇଛି।

ଅପରପକ୍ଷେ, ପର୍ଯ୍ୟଟକଙ୍କ ମଧ୍ୟ ପୁଲିସ ସଚେତନ କରିଛି। ୱେବ୍‌‌ସାଇଟ୍‌‌ରେ ରୁମ୍‌‌ ଦେଖିବା ପରେ ହୋଟେଲ କର୍ମଚାରୀଙ୍କ ସହ ଯୋଗାଯୋଗ କରିବେ। ବିନା ଯୋଗାଯୋଗରେ କୌଣସି ଅନ୍‌‌ଲାଇନ୍‌‌ ଟ୍ରାଞ୍ଜାକ୍‌‌ସନ କରିବାକୁ ପୁଲିସ ମନା କରିଛି।

ପୁରୀକୁ ପ୍ରତିଦିନ ହଜାର ହଜାର ଦର୍ଶକ ଆସୁଥିବା ସାଇବର ଠକ ପୁରୀର ଏକାଧିକ ହୋଟେଲ୍‌‌ ନାମରେ ନକଲି ୱେବ୍‌‌ସାଇଟ୍‌‌ ଖୋଲି ଠକୁଛନ୍ତି। ତେଣୁ ଏଭଳି ଠକେଇ ପୁରୀରେ ସର୍ବାଧିକ ହେବା ପରେ ଏବେ ଭୁବନେଶ୍ୱରରେ ହେଉଛି। ଏଭଳି ଠକେଇ ଅଧିକ ମାତ୍ରାରେ ହେଉଥିବାରୁ ପୁଲିସର ଚିନ୍ତା ବଢ଼ିଛି। ତେଣୁ ପୁଲିସ ଲୋକଙ୍କୁ ସଚେତନ କରିବା ସହ ନକଲି ୱେବ୍‌‌ସାଇଟ୍‌‌ ବନ୍ଦ କରିବା ପାଇଁ ପ୍ରୟାସ କରିଛି। ଏନେଇ କ୍ରାଇମ୍‌‌ବ୍ରାଞ୍ଚ ପକ୍ଷରୁ ସାଇବର ଏକ୍ସପର୍ଟ ସହ ଆଲୋଚନା କରିଛନ୍ତି। ସେମାନଙ୍କ ମତ ଅନୁସାରେ ନକଲି ୱେବ୍‌‌ସାଇଟ୍‌‌ ବନ୍ଦ କରିବା ପାଇଁ ପ୍ରୟାସ କରାଯିବ ବୋଲି ପୁଲିସ କହିଛି।

About The Author: The Sakala