ଶଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ : ଟଙ୍କା ନଦେବାରୁ ସ୍ତ୍ରୀ କୁ ଛୁରା ମାଡ଼

ଭୁବନେଶ୍ୱର : ଶଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ। ସ୍ତ୍ରୀ ଟଙ୍କା ଦେଲା ନି ବୋଲି ଛୁରିଧରି ଆତଙ୍କ ଖେଳାଇଥିଲା ରସିକିଆ ଜ୍ୱାଇଁ। ଛୁରାମାଡ଼ରେ ପତ୍ନୀ ସମେତ ଶଳା ଓ ସଢ଼ୁ ଆହତ ହୋଇଛନ୍ତି। ମଞ୍ଚେଶ୍ୱର ଥାନା ଅଧୀନ ଗାଡ଼କଣାର ଅରବିନ୍ଦ ବସ୍ତିରେ ଘଟିଛି ଏଭଳି ଅଘଟଣ। ଅଭିଯୋଗ ଅନୁସାରେ ପୁରୀର ସଞ୍ଜୟ ବାରିକଙ୍କ ଶଶୁର ଘର ଅରବିନ୍ଦ ବସ୍ତିରେ। ଶଶୁର ଘର ପ୍ରତିଷ୍ଠା ଦିବସ ଅବସରରେ ସେ ଦୁଇ ଦିନ ହେବ ଆସିଛନ୍ତି। ବୁଧବାର ସନ୍ଧ୍ୟାରେ ସଞ୍ଜୟ […]

ଭୁବନେଶ୍ୱର : ଶଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ। ସ୍ତ୍ରୀ ଟଙ୍କା ଦେଲା ନି ବୋଲି ଛୁରିଧରି ଆତଙ୍କ ଖେଳାଇଥିଲା ରସିକିଆ ଜ୍ୱାଇଁ। ଛୁରାମାଡ଼ରେ ପତ୍ନୀ ସମେତ ଶଳା ଓ ସଢ଼ୁ ଆହତ ହୋଇଛନ୍ତି। ମଞ୍ଚେଶ୍ୱର ଥାନା ଅଧୀନ ଗାଡ଼କଣାର ଅରବିନ୍ଦ ବସ୍ତିରେ ଘଟିଛି ଏଭଳି ଅଘଟଣ। ଅଭିଯୋଗ ଅନୁସାରେ ପୁରୀର ସଞ୍ଜୟ ବାରିକଙ୍କ ଶଶୁର ଘର ଅରବିନ୍ଦ ବସ୍ତିରେ। ଶଶୁର ଘର ପ୍ରତିଷ୍ଠା ଦିବସ ଅବସରରେ ସେ ଦୁଇ ଦିନ ହେବ ଆସିଛନ୍ତି। ବୁଧବାର ସନ୍ଧ୍ୟାରେ ସଞ୍ଜୟ ତାଙ୍କ ପତ୍ନୀ ମାମୁନିଙ୍କୁ କିଛି ଟଙ୍କା ମାଗିଥିଲେ। ‘ମୁଁ କ’ଣ ଟଙ୍କା ରୋଜଗାର କରୁଛି, କେଉଁଠୁ ଟଙ୍କା ଆଣିବି ବୋଲି ମାମୁନି ଉତ୍ତର ଦେଇଥିଲେ। ଏଥିରେ ସଞ୍ଜୟ ରାଗିଯାଇ ଏକ ଛୁରୀରେ ମାମୁନି ପେଟକୁ ଭୁସି ଦେଇଥିଲେ।

ମାମୁନିକୁ ବଞ୍ଚାଇବା ଲାଗି ତାଙ୍କ ଭାଇ ଏବଂ ଭିଣେଇ ଆସି ଛଡ଼େଇବାକୁ ଉଦ୍ୟମ କରିଥିଲେ। ତେବେ ସଞ୍ଜୟ ସେମାନଙ୍କୁ ମଧ୍ୟ ଛୁରାମାଡ଼ କରିଥିଲା। ଏଭଳି ଭାବେ ୩ଜଣଙ୍କୁ ଛୁରାମାଡ଼ କରି ରକ୍ତାକ୍ତ କରିଥିଲା। ଏଥିରେ ମାମୁନ ଗୁରୁତର ଆହତ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତିର୍ ହୋଇଛି। ତେବେ ଅନ୍ୟ ଦୁଇ ଜଣଙ୍କ ଦେହର ଏକାଧିକ ସ୍ଥାନରେ ଗଭୀର ଆଘାତ ଲାଗିଛି। ତେଣୁ ସେମାନେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଖବରପାଇଁ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ଅଭିଯୁକ୍ତ ସଞ୍ଜୟକୁ ଥାନାକୁ ଆଣିପଚରାଉଚରା କରିବା ସହ ଅଟକ ରଖିଛି। ସେ ବ୍ୟବହାର କରିଥିବା ଛୁରୀକୁ ମଧ୍ୟ ଜବତ କରିଛି। ଆସନ୍ତାକାଲି ସଞ୍ଜୟକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

About The Author: The Sakala