ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଞ୍ଚଳରେ ଶିଶୁ ଅପହରଣ ଘଟଣାରେ ଜଣେ ମହିଳା ଅପହରଣକାରିକୁ ଅଟକ ରଖିଛି ପୁଲିସ । ମହିଳା ଜଣକ ଶିଶୁଟିକୁ ଖେଳୁଥିବା ସମୟରେ ଅପହରଣ କରିଥବା ନେଇ ସୂଚନା ମିଳିଥିଲା । ମହିଳା ଜଣକ ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି । ବଡଗଡ଼ରୁ ଚୋରି ହୋଇଥିବା ଛୁଆକୁ ମଞ୍ଚେଶ୍ୱର ଅଞ୍ଚଳରୁ ଧରିଲା ପୁଲିସ । ଛୁଆ ଚୋରି ଗ୍ୟାଙ୍ଗରେ ମହିଳାଙ୍କ ସମ୍ପୃକ୍ତି ଅଛି କି ନାଇଁ ସେନେଇ ଖୋଳତାଡ଼ କରୁଛି ପୁଲିସ । ତେବେ କେଉଁଥିପାଇଁ ଛୁଆଟିକୁ ନେଇ ମହିଳା ଉଭାନ ହୋଇଯାଇଥିଲା ଏବଂ କାହିଁକି ଲୁଚାଇ ରଖିଥିଲା ସେନେଇ ମଧ୍ୟ ତଦନ୍ତ ଚାଲିଛି ।
ଅନ୍ୟପଟେ ହାଇଦ୍ରାବାଦରୁ ଆସିଥିବା ମହିଳା ଏଠି କ’ଣ କରୁଥିଲେ ସେନେଇ ପୋଲିସ ତଦନ୍ତ ଚଳେଇଛି । ଏହା ଏକ ବଡ଼ ରାକେଟ ବୋଲି ପୁଲିସ କହୁଥିବା ବେଳେ, ତଦନ୍ତ ପରେ ଖୁବଶୀଘ୍ର ଏହାର ପର୍ଦାଫାଶ ହେବ । ଗତକାଲି ଛୁଆ ଚୋରୀ ନେଇ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ ।