ରାଜ୍ୟରୁ ଗାଏବ ହେଲା ଶୀତ, ଆରମ୍ଭ ହେଲା ତାତି

ଭୁବନେଶ୍ବର: ରାଜ୍ୟରୁ ଗାଏବ ହେଲା ଶୀତ। ଆରମ୍ଭ ହେଲା ତାତି। ଉପାନ୍ତରୁ ଉପକୂଳ ଉପରମୁହାଁ ପାରଦ।  ଆଜି ୧୩ ସହରର ତାପମାତ୍ରା ୩୩ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି।  ପାରଳାଖେମୁଣ୍ଡି ଓ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି।  ଉଭୟ ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।  ଟିଟଲାଗଡ ଏବଂ ମାଲକାନଗିରିରେ ୩୪.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରେ ୩୪.୪ ଡ଼ିଗ୍ରୀ ଏବଂ କଟକରେ ୩୩ ଡ଼ିଗ୍ରୀ […]

ଭୁବନେଶ୍ବର: ରାଜ୍ୟରୁ ଗାଏବ ହେଲା ଶୀତ। ଆରମ୍ଭ ହେଲା ତାତି। ଉପାନ୍ତରୁ ଉପକୂଳ ଉପରମୁହାଁ ପାରଦ।  ଆଜି ୧୩ ସହରର ତାପମାତ୍ରା ୩୩ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି।  ପାରଳାଖେମୁଣ୍ଡି ଓ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି।  ଉଭୟ ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।  ଟିଟଲାଗଡ ଏବଂ ମାଲକାନଗିରିରେ ୩୪.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରେ ୩୪.୪ ଡ଼ିଗ୍ରୀ ଏବଂ କଟକରେ ୩୩ ଡ଼ିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି।

ଉପକୂଳ ଓଡିଶାରେ ସ୍ବାଭାବିକ ଠାରୁ ୨ରୁ ୫ ଡିଗ୍ରୀ ବଢିଛି ପାରଦ । ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ଠାରୁ ୩ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ତାତି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ଜାରି ରହିଛି ତାତି। ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟ ଙ୍କ ତେଜ କିରଣ ପାଇଁ ତାତି ବଢିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

About The Author: The Sakala