ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍ ପରେ ମଧ୍ୟ ସନ୍ଧ୍ୟା ଯାଏଁ ରହିବ ପବନର ବିପଦ

ଭୁବନେଶ୍ବର: ଆରମ୍ଭ ହୋଇ ସାରିଛି ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ୍ କଲା ପରେ ମଧ୍ୟ ସନ୍ଧ୍ୟା ଯାଏଁ ପବନର ବିପଦ ରହିବ । ଆଜି ସନ୍ଧ୍ୟା ଯାଏଁ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଉଛି । ବାତ୍ୟା ୟସର ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, […]

ଭୁବନେଶ୍ବର: ଆରମ୍ଭ ହୋଇ ସାରିଛି ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ୍ କଲା ପରେ ମଧ୍ୟ ସନ୍ଧ୍ୟା ଯାଏଁ ପବନର ବିପଦ ରହିବ । ଆଜି ସନ୍ଧ୍ୟା ଯାଏଁ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଉଛି ।

ବାତ୍ୟା ୟସର ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ , କଟକ, ଢ଼େଙ୍କାନାଳ, କେନ୍ଦୁଝରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିିଛି । ସେହିପରି ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାତ୍ୟା ୟାସ ପ୍ରଭାବରେ ଝାରଖଣ୍ଡର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

About The Author: The Sakala