ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ୱେବ ପୋର୍ଟାଲ ବିରୋଧରେ ଆକ୍ସନ୍: ଏଡିଟର ଗିରଫ

ଭୁବନେଶ୍ୱର: ୱେବ ପୋର୍ଟାଲ ବିରୋଧରେ ଆକ୍ସନ୍ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ଜଣେ ୱେବ ପୋର୍ଟାଲ ଏଡିଟରଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି । ଏଡିଟର ସୁଧାଂଶୁ ରାଉତଙ୍କ ସହ ସମ୍ପୃକ୍ତ ୱେବ୍ ପୋର୍ଟାଲର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଦୂତି ଚାନ୍ଦ ଟୋକିଓରେ ଅଲମ୍ପିକ ଖେଳୁଥିବା ସମ୍ପୃକ୍ତ ୱେବ ପୋର୍ଟାଲ ହତୋତ୍ସାହିତ କଲା ଭଳି ଖବର ପ୍ରସାରଣ କରିଥିଲା । ଗତକାଲି ପ୍ରେସମିଟ୍ କରି ଅନେକ ଅଭିଯୋଗ […]

ଭୁବନେଶ୍ୱର: ୱେବ ପୋର୍ଟାଲ ବିରୋଧରେ ଆକ୍ସନ୍ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ଜଣେ ୱେବ ପୋର୍ଟାଲ ଏଡିଟରଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି । ଏଡିଟର ସୁଧାଂଶୁ ରାଉତଙ୍କ ସହ ସମ୍ପୃକ୍ତ ୱେବ୍ ପୋର୍ଟାଲର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଦୂତି ଚାନ୍ଦ ଟୋକିଓରେ ଅଲମ୍ପିକ ଖେଳୁଥିବା ସମ୍ପୃକ୍ତ ୱେବ ପୋର୍ଟାଲ ହତୋତ୍ସାହିତ କଲା ଭଳି ଖବର ପ୍ରସାରଣ କରିଥିଲା । ଗତକାଲି ପ୍ରେସମିଟ୍ କରି ଅନେକ ଅଭିଯୋଗ ଆଣିଥିଲେ ଦୂତୀ ଚାନ୍ଦ । ଏଥିସହ ଆବଶ୍ୟକ ଆଇନଗତ ପଦକ୍ଷେପ ନେବେ ବୋଲି କହିଥିଲେ। ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ବଦନାମ କରିଥିବା ଲୋକଙ୍କ ବିରୋଧରେ ଦୂତି ୫ କୋଟିର ମାନହାନୀ ମକଦ୍ଦମା ଦାଏର କରିଛନ୍ତି ।

About The Author: The Sakala