ରାଜ୍ୟରେ ଅସହ୍ୟ ତାତି: ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା ୪୨ ଡିଗ୍ରୀ

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜ୍ୟରେ ଆଉରି ୨ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ସମ୍ବଲପୁରର ତାପମାତ୍ରା ସର୍ବୋଚ୍ଚ ରହିଛ। ସମ୍ବଲପୁରର ତାପମାତ୍ରା ୪୨ ଡ଼ିଗ୍ରୀ […]

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜ୍ୟରେ ଆଉରି ୨ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ସମ୍ବଲପୁରର ତାପମାତ୍ରା ସର୍ବୋଚ୍ଚ ରହିଛ। ସମ୍ବଲପୁରର ତାପମାତ୍ରା ୪୨ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ଝାରସୁଗୁଡାର ୪୧.୮ ଡ଼ିଗ୍ରୀ ରହିଛି। ସେହିପରି ଭୁବନେଶ୍ୱରର ତାପମାତ୍ରା ୪୧.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷ୍ୟରେ, ହୀରାକୁଦ : ୪୧.୨ ଡ଼ିଗ୍ରୀ
-କେନ୍ଦୁଝର: ୩୮.୪ ଡ଼ିଗ୍ରୀ
-ବାଲେଶ୍ୱର: ୩୭ ଡ଼ିଗ୍ରୀ
-ଚାନ୍ଦବାଲି: ୩୭ ଡ଼ିଗ୍ରୀ
-ପୁରୀ: ୩୬.୨ ଡ଼ିଗ୍ରୀ
-ପାରାଦୀପ: ୩୪.୪ ଡ଼ିଗ୍ରୀ
-ଗୋପାଳପୁର:୩୪ ଡ଼ିଗ୍ରୀ

About The Author: The Sakala