ଭୂତ ଭୟରେ ଗାଡ଼ି ଦୁର୍ଘଟଣା : ପଥରରେ ପିଟିହୋଇ କ୍ଷୀର ବୋଝେଇ ଭ୍ୟାନ୍‌ ଦୁଇଗଡ଼

ବାଲିପାଟଣା : ଭୂତ ଭୟରେ ଜଣେ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଛନ୍ତି। ଦୁର୍ଘଟଣାରେ ମିଲ୍‍କ ଭ୍ୟାନ୍‍ ଦୁଇଖଣ୍ଡ ହୋଇଯାଇଛି। ଦୁର୍ଘଟଣାରେ ମିଲ୍‍କ ଭ୍ୟାନ୍‍ର ଚାଳକ ଏବଂ ହେଲ୍‍ପର ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସୂଚନା ଅନୁଯାୟୀ ଗୁରୁବାର ରାତ୍ରି ୨ଟା ସମୟରେ ମିଲ୍‍କ ମନ୍ତ୍ରର ଏକ ଭ୍ୟାନ୍‍ କ୍ଷୀର ବୋଝେଇ କରି ଗୋପରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଭୂତ ଭୟରେ ଡ୍ରାଇଭର ହଡ଼ପଡ଼େଇ ଯିବା ଯୋଗୁଁ ନିମାପଡ଼ା-ବାଲିପାଟଣା ରାସ୍ତା ଆଇତଳଙ୍ଗ ଗ୍ରାମ ନିକଟରେ ଭ୍ୟାନ୍‍ଟି ଭାରସାମ୍ୟ ହରାଇଥିଲା। […]

ବାଲିପାଟଣା : ଭୂତ ଭୟରେ ଜଣେ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଛନ୍ତି। ଦୁର୍ଘଟଣାରେ ମିଲ୍‍କ ଭ୍ୟାନ୍‍ ଦୁଇଖଣ୍ଡ ହୋଇଯାଇଛି। ଦୁର୍ଘଟଣାରେ ମିଲ୍‍କ ଭ୍ୟାନ୍‍ର ଚାଳକ ଏବଂ ହେଲ୍‍ପର ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସୂଚନା ଅନୁଯାୟୀ ଗୁରୁବାର ରାତ୍ରି ୨ଟା ସମୟରେ ମିଲ୍‍କ ମନ୍ତ୍ରର ଏକ ଭ୍ୟାନ୍‍ କ୍ଷୀର ବୋଝେଇ କରି ଗୋପରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଭୂତ ଭୟରେ ଡ୍ରାଇଭର ହଡ଼ପଡ଼େଇ ଯିବା ଯୋଗୁଁ ନିମାପଡ଼ା-ବାଲିପାଟଣା ରାସ୍ତା ଆଇତଳଙ୍ଗ ଗ୍ରାମ ନିକଟରେ ଭ୍ୟାନ୍‍ଟି ଭାରସାମ୍ୟ ହରାଇଥିଲା। ରାସ୍ତା ପାର୍ଶ୍ବରେ ଥିବା ପଥରଗଦାରେ ଭ୍ୟାନ୍‍ଟି ପିଟିହେବା ପରେ ଭ୍ୟାନ୍‍ଟି ଦୁଇଖଣ୍ଡ ହୋଇଯାଇଥିଲା ଏବଂ ପରେ ଓଲଟି ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ହେବାରୁ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଡ୍ରାଇଭର ଏବଂ ହେଲ୍‍ପରକୁ ଉଦ୍ଧାର କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏତେ ପରେ ବି ଉଭୟ ଚାଳକ ଓ ହେଲ୍‍ପର ସୁରକ୍ଷିତ ଥିଲେ। ଡ୍ରାଇଭର କୃଷ୍ଣ ଚନ୍ଦ୍ର ବେହେରାଙ୍କ ସୂଚନା ଅନୁଯାୟୀ କୌଣସି ଏକ ଅଦୃଶ୍ୟ ଶକ୍ତି ଭ୍ୟାନ୍‍ ସମ୍ନାରେ ରାସ୍ତା ପାର ହେବାର ଅନୁଭବ କଲେ। ଫଳରେ ଭ୍ୟାନ୍‍ଟି ଭାରସାମ୍ୟ ହରାଇଥିଲା। ମାତ୍ର ଦୁର୍ଘଟଣା ପରେ ସେଠାରେ କୌଣସି ବ୍ୟକ୍ତି ନ ଥିଲେ।

About The Author: The Sakala