ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷକଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସଂଗଠନ

ଭୁବନେଶ୍ବର: ନୂତନ ବର୍ଷର ଦ୍ଵିତୀୟ ଦିନରେ ବି ନବୀନ ନିବାସରେ ଲାଗିଛି ଗହଳି । ଆଜି ଅନେକ ସଂଗଠନ, ବିଭିନ୍ନ ବିଭାଗର ଉପଦେଷ୍ଟା, ଭେଣ୍ଡିଂ ଜୋନ ମହାସଂଘ ସମେତ ସଂଖ୍ୟାଲଘୁ ସଂଗଠନର ସଦସ୍ୟମାନେ ନବୀନ ନିବାସ ଆସି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବି କରିଛନ୍ତି। ଉପଦେଷ୍ଟାମାନଙ୍କୁ ଆହୁରି ମନ […]

ଭୁବନେଶ୍ବର: ନୂତନ ବର୍ଷର ଦ୍ଵିତୀୟ ଦିନରେ ବି ନବୀନ ନିବାସରେ ଲାଗିଛି ଗହଳି । ଆଜି ଅନେକ ସଂଗଠନ, ବିଭିନ୍ନ ବିଭାଗର ଉପଦେଷ୍ଟା, ଭେଣ୍ଡିଂ ଜୋନ ମହାସଂଘ ସମେତ ସଂଖ୍ୟାଲଘୁ ସଂଗଠନର ସଦସ୍ୟମାନେ ନବୀନ ନିବାସ ଆସି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବି କରିଛନ୍ତି। ଉପଦେଷ୍ଟାମାନଙ୍କୁ ଆହୁରି ମନ ଲଗାଇ କାମ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। କିଛି ଦିନ ତଳେ କଳିଙ୍ଗ ଷ୍ଟାଡିଅମ ନିକଟରେ ୧୧ ଟି ଭେଣ୍ଡିଂ ଜୋନ ଦୋକାନ ଜଳି ପାଉଁଶ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଦୁଇ ଦିନ ଭିତରେ ସମସ୍ତଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗକୁ ମଧ୍ୟ ଭେଣ୍ଡିଂ ଜୋନରେ ଥିବା ଦୋକାନୀଙ୍କ ବିକାଶ ପାଇଁ କାମ ଜାରି ରହିବା ନେଇ ଏହି ଅବସରରେ ଆଲୋଚନା ହୋଇଛି । କେନ୍ଦୁପତ୍ର ତୋଳାଳିଙ୍କ ବିକାଶପାଇଁ ରାଜ୍ୟ ସରକାର ନିଜ ଆଡୁ ପଦକ୍ଷେପ ନେଉଥିବାରୁ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ମଧ୍ୟ ଧନ୍ୟବାଦ ଜଣାଇଛି।

About The Author: The Sakala