ଆଜିଠୁ ଗର୍ଭବତୀଙ୍କୁ ଟିକା

ଭୁବନେଶ୍ୱର: ବୁଧବାରଠାରୁ ରାଜଧାନୀରେ ଗର୍ଭବତୀଙ୍କର କରୋନା ଟିକାକଣ ଆରମ୍ଭ ହେବ। ଗର୍ଭବତୀଙ୍କୁ କରୋନା ଟିକା ଦେବା ପାଇଁ ସରକାର ଘୋଷଣା କରିବା ପରେ ବିଏମ୍‍ସି ଅଞ୍ଚଳରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ଏହି ଟିକାକରଣ ପ୍ରତି ବୁଧବାର ଓ ଶନିବାର ଦିନ କରାଯିବ। ଦିନ ୧୧ ଟାରୁ ୧ ଟା ମଧ୍ୟରେ ଗର୍ଭବତୀମାନେ କ୍ୟାପିଟାଲ ହସ୍ପିଟାଲ୍‍ ସହିତ ସହରରେ ଥିବା ଯେ କୌଣସି ୟୁପିଏଚ୍‍ସି/ୟୁସିଏଚ୍‍ସିରେ ଯାଇ ଟିକା ନେଇପାରିବେ ବୋଲି ବିଏମ୍‍ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ […]

ଭୁବନେଶ୍ୱର: ବୁଧବାରଠାରୁ ରାଜଧାନୀରେ ଗର୍ଭବତୀଙ୍କର କରୋନା ଟିକାକଣ ଆରମ୍ଭ ହେବ। ଗର୍ଭବତୀଙ୍କୁ କରୋନା ଟିକା ଦେବା ପାଇଁ ସରକାର ଘୋଷଣା କରିବା ପରେ ବିଏମ୍‍ସି ଅଞ୍ଚଳରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ଏହି ଟିକାକରଣ ପ୍ରତି ବୁଧବାର ଓ ଶନିବାର ଦିନ କରାଯିବ। ଦିନ ୧୧ ଟାରୁ ୧ ଟା ମଧ୍ୟରେ ଗର୍ଭବତୀମାନେ କ୍ୟାପିଟାଲ ହସ୍ପିଟାଲ୍‍ ସହିତ ସହରରେ ଥିବା ଯେ କୌଣସି ୟୁପିଏଚ୍‍ସି/ୟୁସିଏଚ୍‍ସିରେ ଯାଇ ଟିକା ନେଇପାରିବେ ବୋଲି ବିଏମ୍‍ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଟିକା ନେବାକୁ ଗଲା ବେଳେ ସାଥିରେ ଏଏନ୍‍ସି ଏମ୍‍ସିପି କାର୍ଡ ସହିତ ଯେ କୌଣସି ପରିଚୟ ପତ୍ର ନେବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ଟିକାକରଣ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ନେବା ସହିତ ଟୁଇଟ୍‍ ଯୋଗେ ସୂଚନା ଦେଇଛି।

About The Author: The Sakala