ଅଧିକ ସଂକ୍ରମିତ ଥିବା ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆର୍ ଟେଷ୍ଟ ସହ କ୍ୱାରେଣ୍ଟାଇନ କରାଯିବ

ଭୁବନେଶ୍ବର : ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢିବା କାରଣରୁ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପମାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଯେ ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକମାନଙ୍କର ଆରଟିପିସିଆର୍ ଟେଷ୍ଟିଂ କରାଯିବ। ସେମାନେ ୭ ଦିନ ସଙ୍ଗରୋଧରେ ରହିବେ। ପଶ୍ଚିମବଙ୍ଗ ଫେରନ୍ତାଙ୍କର ବି ପରୀକ୍ଷା ହେବ। ସଂକ୍ରମଣ ବଢ଼ୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ […]

ଭୁବନେଶ୍ବର : ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢିବା କାରଣରୁ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପମାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଯେ ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକମାନଙ୍କର ଆରଟିପିସିଆର୍ ଟେଷ୍ଟିଂ କରାଯିବ। ସେମାନେ ୭ ଦିନ ସଙ୍ଗରୋଧରେ ରହିବେ। ପଶ୍ଚିମବଙ୍ଗ ଫେରନ୍ତାଙ୍କର ବି ପରୀକ୍ଷା ହେବ। ସଂକ୍ରମଣ ବଢ଼ୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆସରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଏଥି ସହିତ ରାଜ୍ୟରେ ଟିକାର ଅଭାବକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଟିକାକରଣ ଲାଗି ଦିନକୁ ୨.୫ ଲକ୍ଷ ଟିକା ଦରକାର। ଓଡ଼ିଶାରେ ମାତ୍ର ୦.୫ ଟିକା ନଷ୍ଟ ହୋଇଛି। ୧୦ ଦିନ ପାଇଁ ଆମକୁ ୧୫ ଲକ୍ଷ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି। ହେଲେ ଏ ଯାଏ ଟିକା ଆସିନି। ଆଜି ସନ୍ଧ୍ୟା ସୁଦ୍ଧା ନ ଆସିଲେ ଶନିବାରରୁ ବନ୍ଦ ହେବ ଟିକାକରଣ। ଆଜି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭିତରେ ଆଲୋଚନା ଅଛି । ଆଶା କରୁଛି ଯେ ମୁଖ୍ୟମନ୍ତ୍ରୀ ଟିକା ଦେବା ପାଇଁ ଦାବି କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।

ଅନ୍ୟପଟେ ନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  କହିଛନ୍ତି ଯେ ବର୍ତ୍ତମାନ ଯେଉଁ ମାନେ ସଂକ୍ରମିତ ହେଉଛନ୍ତି ସେଥି ମଧ୍ୟରେ ଅଧିକାଂଶ ଲକ୍ଷଣ ବିହୀନ ବ୍ୟକ୍ତି ପିଜିଟିଭ ଚିହ୍ନଟ ହେଉଛନ୍ତି, ଯେଉଁମାନଙ୍କର କି ହସ୍ପିଟାଲର ବିଶେଷ ଆବଶ୍ୟକତା ପଡୁନାହିଁ । ରାଜ୍ୟ ସରକାର କୋଭିଡ୍ ଦ୍ବିତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।  ସେ କହିଛନ୍ତି, ଯାହାର ହୋମ୍ ଆଇସୋଲେସନ ପାଇଁ ସୁବିଧା ନଥିବ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖିବାକୁ ଜିଲ୍ଲାପାଳ ଏବଂ ମ୍ୟୁନିସପାଲ କମିଶନରଙ୍କୁ କୁହାଯାଇଛି । ଏଥିପାଇଁ କୋଭିଡ୍ କେୟାର ସେଣ୍ଟରକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

About The Author: The Sakala