ଆସନ୍ତା ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ ଓ ମହିଳା ନିର୍ଯାତନା ବିରୋଧରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ। ଓଡ଼ିଶାର ମହିଳା ଅସ୍ମିତା, ମହିଳାଙ୍କ ସୁରକ୍ଷା ଅଧିକାର ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତି ବିରୋଧରେ ବିଧାନସଭା ଘେରାଉ ଜୋରଦାର କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସରକାର ଲାଠି ଚଲାନ୍ତୁ କି ଜେଲ ପଠାନ୍ତୁ କିମ୍ବା ବିଧାୟକଙ୍କୁ ବି ଜେଲ ପଠାନ୍ତୁ  ଏହା ବିରୋଧରେ […]

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ ଓ ମହିଳା ନିର୍ଯାତନା ବିରୋଧରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ। ଓଡ଼ିଶାର ମହିଳା ଅସ୍ମିତା, ମହିଳାଙ୍କ ସୁରକ୍ଷା ଅଧିକାର ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତି ବିରୋଧରେ ବିଧାନସଭା ଘେରାଉ ଜୋରଦାର କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସରକାର ଲାଠି ଚଲାନ୍ତୁ କି ଜେଲ ପଠାନ୍ତୁ କିମ୍ବା ବିଧାୟକଙ୍କୁ ବି ଜେଲ ପଠାନ୍ତୁ  ଏହା ବିରୋଧରେ ଜୋରଦାର ଆନ୍ଦୋଳନ କରିବ କଂଗ୍ରେସ।

ଏଥିସହିତ କଂଗ୍ରେସ ସଂଗଠନର ରୁପରେଖ କ’ଣ ହେବ ଓ କାର୍ଯ୍ୟକ୍ରମ କ’ଣ ହେବ ତାକୁ ନେଇ ନିଷ୍ପତ୍ତି ହୋଇଛି। ଗରିବ ଶୋଷିତ କୃଷକଙ୍କ ସ୍ୱର ହେବ କଂଗ୍ରେସ। ବିଜେପିର ଆଠ ମାସର ସରକାର ଭିତରେ ମହିଳା ବିରୋଧୀ ହିଂସା ବ୍ୟାପକ ହୋଇଛି। ୧୮ ହଜାର ମହିଳାଙ୍କ ଉପରେ ନିର୍ଯାତନା ହୋଇଛି। କିନ୍ତୁ ମାତ୍ର ଏକ ପ୍ରତିଶତ ରିପୋର୍ଟ ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ। ହେଲେ ଜବାବ ଦେବା ବଦଳରେ କାଲି ବିଧାନସଭାରେ ଲୋକତନ୍ତ୍ରର କଳା ଅଧ୍ୟାୟ ଘଟିଲା। ଗଣତନ୍ତ୍ରର ହତ୍ୟା କରାଗଲା। ଯାହାକୁ ନେଇ କଂଗ୍ରେସର ବୈଠକରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି।

About The Author: The Sakala