ନୂଆପଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ଆଘାତରେ ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ

ନୂଆପଡ଼ା: ବିଦ୍ୟୁତ୍ ଆଘାତରେ ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ । ନୂଆପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଏକ ହୃଦୟ ବିଦାରକ ଖବର । ଖରିଆର ପୋଲିସ ଷ୍ଟେସନ୍ ଅଧୀନରେ ଥିବା ଭେଲା ଛତ୍ରିଆପଡ଼ା ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଶିଶୁଟି ନିଜ ଘର ଭିତରେ ଖେଳୁଥିବା ବେଳେ ହଠାତ୍ ଏକ ଖୋଲା ପଡ଼ିଥିବା ବିଦ୍ୟୁତ୍ ତାରକୁ ଧରି ପକାଇଥିଲା। ଫଳରେ ସେ ଗୁରୁତର ଭାବେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ମୃତ୍ୟୁ ଘଟଣା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି। 

About The Author: Madhusudan Das