ବାଡ଼ ଡେଇଁ ଜେଲରୁ ଚମ୍ପଟ ମାରିଲେ ଦୁଇ ବିଚାରାଧୀନ କଏଦୀ

ଟିଟିଲାଗଡ଼: ଜେଲରୁ କଏଦୀ ଚମ୍ପଟ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସବ୍ ଜେଲ୍‌ରୁ ୨ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି । ଗତକାଲି ରାତିରେ ଜେଲ ବାଡ଼ ଡେଇଁ କଏଦୀ ଦ୍ବୟ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଦୁଇ ଜଣ ହତ୍ୟା ଅଭିଯୋଗରେ ଦୀର୍ଘ ବର୍ଷ ହେଲା ବିଚାରାଧୀନ କଏଦୀ ଭାବରେ ରହିଥିଲେ । ଦୁଇ କଏଦୀଙ୍କ ମଧ୍ୟରୁ ଜଣେ ୨୮ ବର୍ଷ ବୟସ୍କ ଶୋଭାବନ ରଣା ଓ ଅନ୍ୟ ଜଣେ ୨୩ ବର୍ଷ ବୟସ୍କ […]

ଟିଟିଲାଗଡ଼: ଜେଲରୁ କଏଦୀ ଚମ୍ପଟ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସବ୍ ଜେଲ୍‌ରୁ ୨ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି । ଗତକାଲି ରାତିରେ ଜେଲ ବାଡ଼ ଡେଇଁ କଏଦୀ ଦ୍ବୟ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଦୁଇ ଜଣ ହତ୍ୟା ଅଭିଯୋଗରେ ଦୀର୍ଘ ବର୍ଷ ହେଲା ବିଚାରାଧୀନ କଏଦୀ ଭାବରେ ରହିଥିଲେ । ଦୁଇ କଏଦୀଙ୍କ ମଧ୍ୟରୁ ଜଣେ ୨୮ ବର୍ଷ ବୟସ୍କ ଶୋଭାବନ ରଣା ଓ ଅନ୍ୟ ଜଣେ ୨୩ ବର୍ଷ ବୟସ୍କ ସୁମିତ ବିହାରୀ ବୋଲି ଜଣାପଡିଛି । ଚମ୍ପଟ କଏଦୀଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଲାଇଛି ।

About The Author: The Sakala