ବାଲେଶ୍ଵର/ମୟୂରଭଞ୍ଜ: ପୁଣି ସାମ୍ନାକୁ ଆସିଲା ଗଣ ଦୁଷ୍କର୍ମ ଅଭିଯୋଗ। ୨ ନାବାଳିକାଙ୍କୁ ଗଣ ଦୁଷ୍କର୍ମ। ନିଛାଟିଆ ସ୍ଥାନରେ ୫ରୁ ୬ଜଣ ଦୁର୍ବୃତ୍ତ ଉକ୍ତ ନାବାଳିକାଙ୍କୁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତାଙ୍କ ବାପା। ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି।
ଘଟଣା ଅନୁଯାୟୀ, ନିକଟସ୍ଥ ଗ୍ରାମରେ ହେଉଥିବା ଯାତ୍ରା ଦେଖି ସମ୍ପର୍କୀୟଙ୍କ ସହ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ୫ରୁ ୬ ଜଣ ଦୁର୍ବୃତ୍ତ ସମ୍ପର୍କୀୟଙ୍କୁ ମାଡ ମାରି ମୋବାଇଲ ଛଡାଇ ନେବା ସହ ନାବାଳିକା ୨ଜଣଙ୍କୁ ଜବରଦସ୍ତ ବାଇକରେ ଉଠାଇ ନେଇଥିଲେ। ପରେ ନିଛାଟିଆ ସ୍ଥାନରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏ ନେଇ ଥାନାରେ ଦ୍ୱାରସ୍ଥ ହୋଇଛନ୍ତ ପୀଡ଼ିତାଙ୍କ ବାପା l ବେତନଟି ଏସଡିପିଓଙ୍କ ତତ୍ୱାବଧାନରେ ଚାଲିଛି ତଦନ୍ତ।