ଗଞ୍ଜାମ: ଦଣ୍ଡନାଚ ଦେଖି ଫେରିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ ଜୀବନ । ଗଞ୍ଜାମ ଜିଲ୍ଲା ସୋରଡା ଥାନା ପୋଡାଖାରି ନିକଟରେ ଘଟିଛି ଏପରି ଦୁର୍ଘଟଣା । ଦଣ୍ଡନାଚ ଦେଖି ଫେରୁଥିବା ବେଳେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨ଜଣଙ୍କ ମୃତ୍ୟୁ ଘଟଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ସଂପର୍କରେ ଖବରପାଇ ସୋରଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।ସୋରଡା ପୋଲିସ୍ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଛି ।